କନକ ବ୍ୟୁରୋ: କିଛି ସମୟ ମଧ୍ୟରେ ମୋଦୀ କରିପାରନ୍ତି ବଡ ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କିଛି ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ସୋମବାର ଅପରାହ୍ନ ସାଢେ ୫ଟା ସମୟରେ ଏହି ଘୋଷଣା କରିପାରନ୍ତି ମୋଦୀ । ତେବେ କେଉଁ ସମ୍ପର୍କରେ ମୋଦୀ ଏହି ଘୋଷଣା କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ସାଧାରଣ ଲୋକଙ୍କ ସହ ଜଡିତ କିଛି ବିଷୟରେ ମୋଦୀ ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି ।