ପ୍ରଧାନମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ନିର୍ବାଚନ ଫଳାଫଳ ଟ୍ରେଣ୍ଡ ପରେ ମୋଦି ଡାକିଲେ ବୈଠକ

442

କନକ ବ୍ୟୁରୋ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା । ଆଜି ଅପରାହ୍ଣ ସୁଧା ଚାଲି ଆସିବ ୫ରାଜ୍ୟର ବିଧାନସଭା ନିର୍ବାର୍ଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ଆସିବ ନିର୍ବାଚନ ଫଳାଫଳ ।

ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଭୋଟ ଗଣତି ଆରମ୍ଭ ହେବା ପରେ ତଥା ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଆସିବା ପରେ ପ୍ରଧାନମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଦିନ ସାଢେ ୧୦ଟାରେ ସଂସଦ ଭବନରେ ବସିବ ବିଜେପି କୋର ଗ୍ରୁପର ଗୁରୁତ୍ୱପୂର୍ଣ୍ଣ ବୈଠକ ।