ମୋଦିଙ୍କ ନୂଆ ଟିମରେ ୬ ରାଜ୍ୟକୁ ମିଳିଲାନି ସ୍ଥାନ: ମହାରାଷ୍ଟ୍ରରେ ୭ ଏବଂ ବିିହାରରେ ୬ ଜଣ ଲେଖାଏଁ ମନ୍ତ୍ରୀ ହୋଇଥିଲା ବେଳେ ଆନ୍ଧ୍ରପ୍ରଦେଶ, ତ୍ରିପୁରାରେ ପ୍ରତିିନିଧି ଶୂନ୍ୟ

ମୋଦିଙ୍କ ନୂଆ ଟିମରେ ୬ ରାଜ୍ୟକୁ ମିଳିଲାନି ସ୍ଥାନ: ମହାରାଷ୍ଟ୍ରରେ ୭ ଏବଂ ବିିହାରରେ ୬ ଜଣ ଲେଖାଏଁ ମନ୍ତ୍ରୀ ହୋଇଥିଲା ବେଳେ ଆନ୍ଧ୍ରପ୍ରଦେଶ, ତ୍ରିପୁରାରେ ପ୍ରତିିନିଧି ଶୂନ୍ୟ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରିମଣ୍ଡଳର ରୂପରେଖ ଚୂଡ଼ାନ୍ତ ହୋଇଛି। ଗତକାଲି ମନ୍ତ୍ରିମଣ୍ଡଳ ସହ ମୋଦି ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ତାଲିକା ଓ ବିଭିନ୍ନ ରାଜ୍ୟରୁ ପ୍ରତିନିଧିତ୍ବ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର୍ ଧରିଛି। ତେବେ ଦୁଇଟି ରାଜ୍ୟରୁ ଛଅ-ସାତ ଜଣ ଲେଖାଏ ମନ୍ତ୍ରୀ ହୋଇଥିଲା ବେଳେ ନମୋଙ୍କ ମନ୍ତ୍ରିମଣ୍ଡଳରେ ଏଥର ୬ଟି ଜିଲ୍ଲା ପ୍ରତିନିଧି ଶୂନ୍ୟ ହୋଇଯିବ। ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ-ପୂର୍ବ ରାଜ୍ୟ ନାଗାଲାଣ୍ଡ, ମଣିପୁର, ମିଜୋରାମ , ସିକ୍କିମ ଏବଂ ତ୍ରିପୁରା ଭଳି ରାଜ୍ୟର କୌଣସି ବି ପ୍ରତିନିଧିଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ବାଦ ପଡିଛନ୍ତି । ଅନ୍ୟପଟେ ନମୋଙ୍କ ମନ୍ତ୍ରିମଣ୍ଡଳରେ ବହୁ ସଂଖ୍ୟାରେ ଉତରପ୍ରଦେଶର ନେତାମାନେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ୯ଜଣ ସାଂସଦଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିବା ବେଳେ ମହାରଷ୍ଟ୍ରର ୭ ଏବଂ ବିିହାରର ୬ ଜଣ ପ୍ରତିନିଧିଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।

publive-image

ମୋଦିଙ୍କ ଦ୍ୱିତୀୟ ଇନିଂସର ନୂଆ ଟିମରେ ଗୁଜୁରାଟ, ରାଜସ୍ଥାନ ଏବଂ ହରିୟାଣାରୁ ତିନି ତିନି ଜଣ ପ୍ରତିନିଧିଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ପଶ୍ଚିମ ବଙ୍ଗ, ଓଡିଶା ଏବଂ ମଧ୍ୟପ୍ରଦେଶରେ ଦୁଇ ଦୁଇ ଜଣ ଲେଖାଏଁ ପ୍ରତିନିଧିଙ୍କୁ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ତେବେ କର୍ଣ୍ଣାଟକରୁ ଚାରି ଚେହେରାଙ୍କୁ ମୋଦିଙ୍କ ଟିମରେ ସାମିଲ କରାଯାଇଛି ।

publive-image

ବଡ କଥା ହେଲା, ମୋଦିଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୦ ଜଣ ପ୍ରମୁଖ ନେତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ , ଉମା ଭାରତୀ (ଉଭୟ ଲୋକସଭା ନିର୍ବାଚନ ଲଢ଼ି ନଥିଲେ), ଅରୁଣ ଜେଟ୍ଲି (ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରୀ ହେବାକୁ ମନା କରିଥିଲେ) । ଏତଦବ୍ୟତୀତ ଜଗତ ପ୍ରକାଶ ନଡ୍ଡା (ବିଜେପି ସଭାପତି ହେବା ସମ୍ଭାବନା କାରଣରୁ) ମଧ୍ୟ ମନ୍ତ୍ରିମଣ୍ଡଳରେ ନାହାନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସୁରେଶ ପ୍ରଭୁ, ମେନକା ଗାନ୍ଧୀ, ଅଶୋକ ଗଜପତି ରାଜୁ ପଶୁପତି, ଅନନ୍ତ ଗୀତେ, ଚୌଧୁରୀ ବିରେନ୍ଦ୍ର ସିଂହ, ରାଧାମୋହନ ସିଂହ, ଡ. ମହେଶ ଶର୍ମା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଆଲଫୋନ୍ସ କନ୍ନଥନମ, ବିଜୟ ଗୋୟଲ, ଏସ୍ ଏସ୍ ଆଲୁୱାଲିଆ, ରାମକୃପାଳ ଯାଦବ, ହଂସରାଜ ଗଂଗାରାମ ଅହିର, ଅନନ୍ତ କୁମାର ହେଗଡେ, ଜୟନ୍ତ ସିହ୍ନା ଏବଂ ଅନୁପ୍ରିୟା ପଟେଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe