ନାଗରିକ ସଂଶୋଧନ ବିଲକୁ ଆଜି ମିଳିପାରେ କ୍ୟାବିନେଟ ମଞ୍ଜୁରୀ ! ଗୁରୁବାର ବିଲକୁ ଲୋକସଭାରେ ଆଗତ କରିପାରନ୍ତି ସରକାର।

ନାଗରିକ ସଂଶୋଧନ ବିଲକୁ ଆଜି ମିଳିପାରେ କ୍ୟାବିନେଟ ମଞ୍ଜୁରୀ ! ଗୁରୁବାର ବିଲକୁ ଲୋକସଭାରେ ଆଗତ କରିପାରନ୍ତି ସରକାର।

ଆସାମ ପରେ ସାରା ଦେଶରେ ଏନଆରସି ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ୱର ୧୩ରେ ଶେଷ ହେଉଛି। ଏହାରି ଭିତରେ ନାଗରିକ ସଂଶୋଧନ ବିଲକୁ କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରିବାକୁ ଯୋଜନା ରଖିଥିବା ସୂଚନା ମିଳିଛି । ତେଣୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏହି ବିଲକୁ କ୍ୟାବିନେଟ ଅନୁମୋଦନ ମିଳିବ ବୋଲି ଜଣାପଡିଛି । ଏହି ବିଲକୁ ଗୁରୁବାର ଲୋକସଭାରେ ଆଗତ କରିପାରନ୍ତି ସରକାର। ସେହିପରି ପରବର୍ତ୍ତୀ ସମୟରେ ଏହି ବିଲକୁ ରାଜ୍ୟସଭାରେ ଆଗତ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ତେବେ ନାଗରିକ ସଂଶୋଧିତ ବିଲକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। publive-image

ସୂଚନା ମୁତାବକ, ଏହି ସଂଶୋଧିତ ବିଲ ଜରିଆରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଅଣ ମୁସଲିମ, ଅଳ୍ପ ସଂଖ୍ୟକଙ୍କୁ ଭାରତୀୟ ନାଗରିକତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି। ବିଲଟି ଆଇନରେ ପରିଣତ ହେବା ପରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସୀ ଓ ଇସାଇ ଭଳି ଅଳ୍ପ ସଂଖ୍ୟକ ସମୁଦାୟର ଲୋକମାନେ ୧୨ ବର୍ଷ ପରିବର୍ତ୍ତେ ୬ ବର୍ଷ ଭାରତରେ ରହିବା ପରେ ନାଗରିକତ୍ୱ ମିଳିବା ରାସ୍ତା ପରିଷ୍କାର ହୋଇଯିବ। ତେବେ ନାଗରିକତ୍ୱ ମିଳିବା ପୂର୍ବରୁ ଅନେକ ଆବଶ୍ୟକ ଦସ୍ତାବିଜ୍ ଦେବାକୁ ପଡ଼ିବ ବୋଲି ବିଲରେ ଉଲ୍ଲେଖ ଥିବା ଜଣାପଡ଼ିଛି। ମୋଦି-୧ ସରକାରରେ ମଧ୍ୟ ଏହି ବିଲ୍ ୧୫ ଜୁଲାଇ ୨୦୧୬ରେ ଆଗତ କରାଯାଇଥିଲା। ବିରୋଧ ଯୋଗୁଁ ରାଜ୍ୟସଭାରେ ଏହା ଅଟକି ଯାଇଥିଲା । ଏନଆରସି ୧୯୫୫ ଅଧୀନିୟମ ଅନୁଯାୟୀ, ବିନା କୌଣସି ପାସପୋର୍ଟ, ଭିସାରେ ଆସି ଅଧିକ ଦିନ ଭାରତରେ ରହିଯାଇଥିଲେ ସେମାନଙ୍କୁ ଅନୁପ୍ରବେଶକାରୀ ବୋଲି ଗଣାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe