କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ଶପଥ ନେଲେ ୭ ମହିଳା ମନ୍ତ୍ରୀ, ଅନେକ ନୂଆ ମୁହଁ

ଶପଥ ନେଲେ ୭ ମହିଳା ମନ୍ତ୍ରୀ

233

କନକ ବ୍ୟୁରୋ : କେନ୍ଦ୍ର ସରକାର ବୁଧବାର ଦିନ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିଛନ୍ତି । ଏହି କ୍ରମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ୧୫ କ୍ୟାବିନେଟ ମନ୍ତ୍ରୀ ସହ ୨୮ ଜଣ ରାଜ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ଶପଥ ନେଇଥିବା ମୋଟ ୪୩ ଜଣଙ୍କ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ମହିଳା । ଚର୍ଚ୍ଚାରେ ଥିବା ‘ଆପନା’ ଦଳର ମୁଖ୍ୟ ତଥା ମୀର୍ଜାପୁର ସାଂସଦ ଅନୂପ୍ରିୟା ପଟେଲଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀପଦ ମିଳିଛି ।

ସେହିଭଳି କର୍ଣ୍ଣାଟକ ଓଡୁପୀରୁ ବିଜେପି ସାଂସଦ ଥିବା ଶୋଭା କରନ୍ଦଲାଜେ ମନ୍ତ୍ରୀଭାବେ ଶପଥ ନେଇଥିବା ବେଳେ ସୁପ୍ରିମ କୋର୍ଟ ଓକିଲ ତଥା ଦିଲ୍ଲୀରୁ ବିଜେପି ସାଂସଦ ମିନାକ୍ଷୀ ଲେଖି ବି ପ୍ରଥମଥର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଅନ୍ୟପଟେ ଝାଡଖଣ୍ଡ କୋଡରମାରୁ ବିଜେପି ସାଂସଦ ଥିବା ଅର୍ଣ୍ଣପୂର୍ଣ୍ଣା ଦେବୀ, ତ୍ରିପୁରାରୁ ପ୍ରତୀମା ଭୌମିକ ବି କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଏହା ବ୍ୟତୀତ ମହାରାଷ୍ଟ୍ରର ଡେଣ୍ଡୁରୀ ଆସନରୁ ସାଂସଦ ଥିବା ଭାରତୀ ପ୍ରବିଣ ପାୱାର ଓ ଗୁଜୁରାଟ ସୁରଟ ସାଂସଦ ଦର୍ଶନା ବିକ୍ରମ ଜରଦୋଶ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କହିରଖୁ କି ଆଜି ପ୍ରଧାନମନ୍ତ୍ରୀ କରିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାଣରେ ପ୍ରତାପ ଷଡଙ୍ଗୀ, ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ରବି ଶଂକର ପ୍ରସାଦ, ପ୍ରକାଶ ଜାଭଡେକରଙ୍କ ଭଳି ଟାଣୁଆ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ଅନେକ ଯୁବବର୍ଗର ନୂଆ ମୁହଁକୁ ସୁଯୋଗ ଦେଇଛନ୍ତି ମୋଦୀ ସରକାର