କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିରେ ସବୁଠାରୁ ବଡ କ୍ୟାବିନେଟର ବିସ୍ତାର କରାଯାଇଛି । ଏଥର ପ୍ରଧାନମନ୍ତ୍ରୀ ଯୁବ ସାଂସଦ ମାନଙ୍କୁ ଗୁରୁତ୍ୱ ଦେଇଛନ୍ତି । ବୁଧବାର ଦିନ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ୧୬ ଜଣ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।

Advertisment

ନାରାୟଣ ରାଣେ, ପଶୁପତି ପାରସ, ଅର୍ଣ୍ଣପୂର୍ଣ୍ଣା ଦେବୀ, ଏ. ନାରାୟଣ ସ୍ୱାମୀ, ବି.ଏଲ ବର୍ମା, ଅଜୟ ଭଟ୍ଟ,ପ୍ରତୀମା ସୌମିକ,ସୁଭାଷ ସରକାର, ଭଗବତ କରାଡ, ରାଜକୁମାର ରଂଜନ ସିଂ, ଭାରତୀ ପାୱାର, ବିଶେଶ୍ୱର ଟୁଡୁ,ଶାନ୍ତୁନ ଠାକୁର, ଏନ.ମହେନ୍ଦ୍ର ଭାଇ, ଜନ୍ ବର୍ଲା, ନିସିଥି ପ୍ରମାଣିକ । ଏମାନେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଏମାନଙ୍କୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି ।

ନାରାୟଣ ସ୍ୱାମୀ ରାଜ୍ୟସଭା ସାଂସଦ ଅଟନ୍ତି । ପଶୁପତି ପାରସ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବି ଏହା ପୂର୍ବରୁ ସେ ଏମଏଲସି – ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଅର୍ଣ୍ଣପୂର୍ଣ୍ଣା ଦେବୀ ପ୍ରଥମ ଥର ସାଂସଦ ହୋଇଥିଲେ ବି ଏହା ପୂର୍ବରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ବୁଧବାର ଦିନ ମୋଟ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ସେମାନଙ୍କ ମଧ୍ୟରୁ ୩୬ ଜଣ ସାଂସଦ ପ୍ରଥମଥର ପାଇଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ମନ୍ତ୍ରୀମଣ୍ଡର ସଂପ୍ରସାରଣ ପୂର୍ବରୁ ୧୨ ଜଣ ମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
ଏହାସହ କିଛି ପୁରୁଣା ମନ୍ତ୍ରୀଙ୍କୁ ପଦୋନ୍ନତୀ ମିଳିଛି । ସେମାନଙ୍କ ମଧ୍ୟରେ କିଶନ ରେଡ୍ଡୀ, ପୁରୁଷୋତ୍ତମ ରୂପାଲା, ଅନୁରାଗ ଠାକୁର, ହରଦୀପ ପୁରୀ, ମନସୁଖ ମଣ୍ଡାବିୟା, ଆର.କେ ସିଂ, କିରଣ ରିଜ୍ଜୁ, ଏମାନଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।
ଅନ୍ୟପଟେ ପଶ୍ଚିମବଙ୍ଗର କୁଚବିହାର ଲୋକସଭା ଆସନରୁ ସାଂସଦ ଭାବେ ଜିତି ଲୋକସଭାକୁ ଆସିଥିବା ନିସିଥ୍ ପ୍ରମାଣିକ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଯୁବ ମନ୍ତ୍ରୀ । ସେ ୩୫ ବର୍ଷ ବୟସରେ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି ।