ଇ-ସିଗାରେଟ୍ ଉପରେ ସରକାର ଲଗାଇଲେ ବ୍ୟାନ୍ ! ନିୟମ ଭାଙ୍ଗିଲେ ଜରିମାନା ଦେବା ସାଙ୍ଗକୁ ଯିବେ ଜେଲ୍ ।

400

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ବୈଠକରେ କ୍ୟାବିନେଟ୍ ରେ ଇ-ସିଗାରେଟ୍ ଉପରେ ବ୍ୟାନ୍ ଲଗାଇବାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମଧ୍ୟ ମଞ୍ଜୁରୀ ଲଗାଇ ଦେଇଛି । କ୍ୟାବିନେଟ୍ ଇ-ସିଗାରେଟ୍ ର ଆମଦାନୀ ,ପ୍ରଡକ୍ସନ୍ ଏବଂ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇ ଦେଇଛି । ଏହା ସହ ଏହାର ପ୍ରମୋଶନ୍ ପାଇଁ ମଧ୍ୟ ରୋକ ଲଗାଯାଇଛି । ଆପଣଙ୍କୁ କହିରଖୁଛୁ ନିକଟରେ ଗ୍ରୁପ୍ ଅଫ୍ ମିନିଷ୍ଟର୍ସ (GoM) ଦ୍ୱାରା Prohibition of E Cigerettes Ordinance ୨୦୧୯ ର ଜାଞ୍ଚ୍ କରାଯାଇଥିଲା । ଯେଉଁମାନେ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ କହିଥିଲେ ।

ନିୟମ ଉଲ୍ଲଂଘନ କଲେ ମିଳିବ ଦଣ୍ଡ :

ଏହି ଅଧ୍ୟାଦେଶରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଥମଥର ପାଇଁ ନିୟମ ଉଲ୍ଲଂଘନ କଲେ ୧ ବର୍ଷ ପାଇଁ ଜେଲଦଣ୍ଡ ମିଳିବା ସହ ଲକ୍ଷେ ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଅନ୍ୟପକ୍ଷରେ ୧ ରୁ ଅଧିକଥର ନିୟମ ଭାଙ୍ଗିଲେ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଟଙ୍କାର ଜରିମାନା ସାଙ୍ଗକୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡ ମିଳିବ । ଇ-ସିଗାରେଟ୍ , ହିଟ୍-ନଟ୍-ବର୍ଣ୍ଣ ସ୍ପୋକିଙ୍ଗ୍ ଡିଭାଇସେସ୍ , ବେପ୍ ଆଣ୍ଡ୍ ଇ-ନିକୋଟିନ୍ ଫ୍ଲେବର୍ ହୁକ୍କା ଭଳି ଧୂମପାନ ଉପକରଣ ଉପରେ ପ୍ରତିବନ୍ଧ ଲଗାଇବା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନର ଏଜେଣ୍ଡାରେ ପ୍ରାଥମିକତା ଭିତରେ ଥିଲା ।