କନକ ବ୍ୟୁରୋ: ଆଜି ନରେନ୍ଦ୍ର ମୋଦୀ ନିଜ ୨ୟ ପାଳିର ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ କରିବାକୁ ଯାଉଛନ୍ତି । ଯେଉଁଥିରେ ପାଖାପାଖି ୪୩ ଜଣ ନେତା ମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଛି । ଏହାରି ଭିତରେ ଏହି ୪୩ ଜଣ ନେତାଙ୍କ ତାଲିକା ପ୍ରକାଶ ପାଇଛି । ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ୪୩ ଜଣ ସମ୍ଭାବ୍ୟ ମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି ।
43 leaders to take oath today in the Union Cabinet expansion. Jyotiraditya Scindia, Pashupati Kumar Paras, Bhupender Yadav, Anupriya Patel, Shobha Karandlaje, Meenakshi Lekhi, Ajay Bhatt, Anurag Thakur to also take the oath. pic.twitter.com/pprtmDu4ko
— ANI (@ANI) July 7, 2021
ଏଥିରେ ତମାମ ନୂଆ ନେତାଙ୍କୁ ସାମିଲ କରାଯାଇଥିବା ବେଳେ ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ସାମିଲ କରାଯାଇଛି । ଏଥିସହିତ ନାରାୟଣ ରାଣେ, ସର୍ବନନ୍ଦ ସୋନୱାଲ, ବୀରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ ପ୍ରମୁଖଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ନେତାଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ସ୍ଥିତ ଲୋକକଲ୍ୟାଣ ମାର୍ଗରେ ମୋଦୀ ନେତାଙ୍କ ସହିତ ଆଲୋଚନା କରିଛନ୍ତି ।