ମୋଦୀ କ୍ୟାବିନେଟରେ ହାଟ୍ରିକ ମାରିଲେ ୫ ମନ୍ତ୍ରୀ । ଜାଣନ୍ତୁ କେବେ କେବେ ସମ୍ଭାଳିଥିଲେ କେଉଁ ମନ୍ତ୍ରଣାଳୟ

437

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ରବିବାର ଦିନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋଦୀଙ୍କ ହାଟ୍ରିକ ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ଏଭଳି ୫ ଜଣ ସାଂସଦ ସ୍ଥାନ ପାଇଛନ୍ତି ଯେଉଁମାନେ କି ମୋଦୀଙ୍କ ସହ ହାଟ୍ରିକ ମାରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେହି ସାଂସଦ ଯେଉଁମାନେ ମୋଦୀଙ୍କ ସହ ତାଳ ନେଇ ଏନଡିଏ ସହ ମନ୍ତ୍ରୀପଦ ପାଇବାରେ ମାରିଛନ୍ତି ହାଟ୍ରିକ –
ରାଜନାଥ ସିଂ: ରାଜନାଥ ସିଂଙ୍କୁ ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । ୨୦୧୪ ରେ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଳେ ରାଜନାଥ ସିଂଙ୍କୁ ଗୃହମନ୍ତ୍ରୀ ମିଳିଥିଲା । ଏହାପରେ ୨୦୧୯ ରେ ତାଙ୍କୁ ମୋଦୀ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିଥିଲା । ଚଳିତ କ୍ୟାବିନେଟରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିବ ବୋଲି ଆଶା କରାଯାଉଛି ।

ନୀତିନ ଗଡକରୀ : ରାଜନାଥ ସିଂଙ୍କ ପରେ ଦ୍ୱିତୀୟ ଚେହେରା ହେଉଛନ୍ତି ନୀତିନ ଗଡକରୀ । ୨୦୧୪ ରେ ମୋଦୀ କ୍ୟାବିନେଟରେ ସଡକ ଓ ପରିବହନ ମନ୍ତ୍ରଣାଳୟ ମିଳିଥିଲା ଦ୍ୱିତୀୟ ପାଳିରେ ବି ସମାନ ମନ୍ତ୍ରଣାଳୟ ପାଇଥିଲେ ଗଡକରୀ । ଚଳିତ କ୍ୟାବିନେଟରେ ବି ତାଙ୍କୁ ସ୍ଥାନ ମଳିଛି । ଆଶା କରାଯାଉଛି କି, ଚଳିତ ଥର ମଧ୍ୟ ତାଙ୍କୁ ସମାନ ମନ୍ତ୍ରଣାଳୟ ମିଳିବ ।

ନିର୍ମଳା ସୀତାରମଣ : ନିର୍ମଳା ସୀତାରମଣ ବି ତୃତୀୟ ଥର ପାଇଁ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ୨୦୧୪ ରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିବା ବେଳେ ୨୦୧୭ ରେ କିନ୍ତୁ ତାଙ୍କ ରକ୍ଷା ମନ୍ତ୍ରଣାଳୟ ମିଳିଥିଲା । ହେଲେ ୨୦୧୯ ରେ ତାଙ୍କୁ ଅର୍ଥମନ୍ତ୍ରଣାଳୟ ମିଳିଥିଲା । ଚଳିତ କ୍ୟାବିନେଟରେ ବି ତାଙ୍କୁ ସ୍ଥାନ ମିଳିଛି ।

ପୀୟୁଷ ଗୋଏଲ : ମୋଦୀ କ୍ୟାବିନେଟରେ ହାଟ୍ରିକ ମାରିଥିବା ସାଂସଦଙ୍କ ତାଲିକାରେ ପୀୟୁଷ ଗୋଏଲଙ୍କ ନାମ ରହିଛି । ୨୦୧୪ ରେ ତାଙ୍କୁ କୋଇଲା ମନ୍ତ୍ରଣାଳୟ ମିଳିଥିଲା    । ୨୦୧୬ ରେ ତାଙ୍କ ଖାଦ୍ୟ ମନ୍ତ୍ରଣାଳୟ, ୨୦୧୬ ରେ କିଛିଦିନ ପାଇଁ ତାଙ୍କୁ ଅର୍ଥମନ୍ତ୍ରଣାଳୟ ମଧ୍ୟ ମିଳିଥିଲା । ଏହାପରେ ୨୦୧୯ ମସିହାରେ ତାଙ୍କୁ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ମିଳିଥିଲା । ଚଳିତ ଥର ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବି କେଉଁ ବିଭାଗ ମିଳିବ ତାହା ସ୍ପଷ୍ଟ ହୋଇନାହିଁ ।

କିରେନ ରିଜିଜୁ : ଉତ୍ତର-ପୂର୍ବରୁ ଆସୁଥିବା କିରେନ ରିଜିଜୁ ବିଜେପିର ଜଣେ ବରିଷ୍ଠ ନେତା । ମୋଦୀ କ୍ୟାବିନେଟରେ ତୃତୀୟ ଥର ପାଇଁ ସେ ସ୍ଥାନ ପାଇଛନ୍ତି । ୨୦୧୪ ରେ ତାଙ୍କୁ ଗୃହ ରାଜ୍ୟମନ୍ତ୍ରୀ ମିଳିଥିଲା । ୨୦୧୯ ରେ ତାଙ୍କୁ ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ପଦ ମିଳିଥିଲା । ହେଲେ ୨୦୨୧ ରେ ତାଙ୍କୁ ଆଇନ ମନ୍ତ୍ରଣାଳୟ ମିଳିଥିଲା । ଏବେ ତୃତୀୟ ଥର ପାଇଁ ସେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।