ମୋଦୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ । ୨୦୩୫ଟି ଶାମୁକାରେ ଗଢିଲେ ମୋଦୀଙ୍କ ବାଲୁକାକଳା ।

Advertisment
ମୋଦୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ । ୨୦୩୫ଟି ଶାମୁକାରେ ଗଢିଲେ ମୋଦୀଙ୍କ ବାଲୁକାକଳା ।

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ୨୦୩୫ଟି ଶାମୁକାରେ ମୋଦୀଙ୍କ ବାଲୁକାକଳା ଗଢ଼ିଛନ୍ତି। ଯାହା ବେଶ ସୁନ୍ଦର ଓ ଆକର୍ଷଣୀୟ ଦେଖାଦେଉଛି । ପୂର୍ବରୁ ବାଲିରେ ଏଭଳି ବାଲୁକାକଳା କରୁଥିବା ବେଳେ ଏବେ ଶାମୁକାରେ ଏଭଳି ଏକ ବାଲୁକାକଳା କରିଛନ୍ତି । ଏହି ବାଲୁକାକଳାର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି ସୁଦର୍ଶନ ।

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଟୁଇଟରରେ ଲେଖିଛନ୍ତି, ଓଡ଼ିଶାର ପୁରୀ ବେଳାଭୂମିରେ ମୋର ବାଲୁକା କଳାରେ ଶାମୁକା ବ୍ୟବହାର କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛି। ଭାରତମାତାର ସେବା କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦେଇ ଆଶୀର୍ବାଦ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe