କନକ ବ୍ୟୁରୋ: ଆମେରିକାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କ୍ୱାଡ ଶିଖର ସମ୍ମିଳନୀ ଆଗରୁ ଭାରତୀୟ ସମୟ ଶୁକ୍ରବାର ରାତିରେ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ମୋଦୀ । ଶୁକ୍ରବାର ରାତିରେ ହ୍ୱାଇଟହାଉସରେ ପହଁଚିଥିଲା ପ୍ରଧାନମନ୍ତ୍ରୀଙ୍କୁ ନେଇ ଆସିଥିବା ଗାଡି । ଆଉ ଗାଡିରୁ ମୋଦୀଙ୍କୁ ସମ୍ମାନର ସହିତ ପାଛୋଟି ନେଇଥିଲେ ହ୍ୱାଇଟ ହାଉସର ଅଧିକାରୀ ।
ହ୍ୱାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦୀ ପହଁଚିବା ପରେ ପରେ ଆମେରିକା ରାଷ୍ଟ୍ରପତି ତାଙ୍କୁ ସ୍ୱାଗତ କରିଥିଲେ । ଯେପରି ଦୀର୍ଘ ଦିନର ବନ୍ଧୁଙ୍କୁ ଦେଖିବା ପରେ ଜଣେ କୋଳେଇ ନେବାକୁ ଆଗଭର ହୋଇଥାଏ, ଠିକ୍ ସେହିପରି ରହିଥିଲା ହ୍ୱାଇଟହାଉସରେ ମୋଦୀ-ବାଇଡେନ ଭେଟର ଚିତ୍ର । ଏହା ପରେ ପରେ ଦୁଇ ନେତା ପ୍ରାୟ ୫୭ ମିନିଟ ଧରି ଆଲୋଚନା କରିଥିଲେ । ଆଲୋଚନା ସମୟରେ ମୋଦୀ କହିଛନ୍ତି ଚଳିତ ଦଶକ ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂୂର୍ବଠାରୁ ଅଧିକ ନିବିଡ ହୋଇଛି ବୋଲି କହିଛନ୍ତି ମୋଦୀ । ଭାରତକୁ ନେଇ ବାଇଡେନଙ୍କ ଲକ୍ଷ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ହ୍ୱାଇଟ ହାଉସରେ ମୋଦୀଙ୍କୁ ଭେଟିବା ବେଳେ ବାଇଡେନ ଖୁସି ବ୍ୟକ୍ତ କରିଛନ୍ତି । କମଳା ହାରିସଙ୍କ ମା’ ଙ୍କ ବିଷୟରେ ବୈଠକରେ କହିଛନ୍ତି ବାଇଡେନ । ଆଜିର ସମୟରେ ବିଶ୍ୱରେ ଶାନ୍ତି ଓ ସହନଶୀଳତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବାଇଡେନ । ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ସଂପର୍କରେ ଆଲୋଚନା ହୋଇଛି । ବାଇଡେନ କହିଛନ୍ତି ଭାରତ ଓ ଆମେରିକାର ସମ୍ପର୍କ ଆଗଠାରୁ ଆହୁରି ମଜବୁତ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ବୈଷୟିକ ସହଯୋଗକୁ ଆହୁରି ବୃଦ୍ଧି କରାଯିବ ବୋଲି ସହମତି ପ୍ରକାଶ ପାଇଛି । କରୋନା ମହାମାରୀ ଓ ଟିକା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି ।
ଏହି ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ ରୁଜଭେଲ୍ଟଙ୍କ କକ୍ଷରେ ଥିବା ଭିଜିଟର ପୁସ୍ତିକାରେ ନିଜ ବାର୍ତ୍ତା ଉଲ୍ଲେଖ କରିଥିଲେ । ପ୍ରାୟ ୫୭ ମିନିଟ ଧରି ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନାରେ ମୋଦୀ-ବାଇଡେନଙ୍କୁ ବେଶ୍ ସହଜ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-25-20h23m41s828.png)