ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହେଲେ ମୋଦୀ । ଉଦବୋଧନ ଦେଇ କହିଲେ, ଏଏମୟୁରେ ନଜର ଆସେ ମିନି ଇଣ୍ଡିଆ

116

କନକ ବ୍ୟୁରୋ : ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି ମୋଦୀ । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଯାହା ବି ଦେଶରେ ଅଛି ତାହା ଉପରେ ସମସ୍ତ ନାଗରିକଙ୍କ ଅଧିକାର ରହିଛି ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ । ଯେଉଁଠାରେ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଓ ସଂସ୍କୃତ ଶିକ୍ଷା ଦିଆଯାଉଛି । ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ସାମିଲ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଭିନ୍ନ ବିଭାଗ, ଡଜନ ଡଜନ ହୋଷ୍ଟେଲ ଓ ହଜାର ହଜାର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଦେଖିଲେ ଏହା ଏକ ମିନି ଇଣ୍ଡିଆ ବୋଲି କୁହାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହ ଅନ୍ୟ ଦେଶ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆତ୍ମନିର୍ଭର ଭାରତ ମାଧ୍ୟମରେ ଏକ ନୂଆ ଭାରତର ଗଠନ ପାଇଁ ଏକାଠି ହୋଇ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଛନ୍ତି ମୋଦୀ । ଆମେ ଆମର ସମସ୍ତ ପାର୍ଥକ୍ୟକୁ ଭୂଲିଯାଇ ନୂଆ ଦେଶ ଗଠନ କରିବାକୁ ଅଗ୍ରସର ହେବା ଉଚିତ ବୋଲି ଏଏମୟୁର ଶତବାର୍ଷିକୀରେ ଭିଡିଓ କନଫରେସିଂ ଜରିଆରେ ଯୋଗଦେଇଥିବା ବେଳେ କହିଛନ୍ତି ମୋଦୀ ।

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଲକ୍ଷ ଲକ୍ଷ ଯୁବକଙ୍କ ମଧ୍ୟରେ ନୂଆ ଚିନ୍ତାଧାରା ସୃଷ୍ଟି କରିଛି । କରୋନା ସମୟରେ ବିଶ୍ୱବିଦ୍ୟାଳୟ ସହାୟତା କରିଥିବାରୁ ମୋଦୀ ଏହାର ପ୍ରଶଂସା କରିଛନ୍ତି । ପ୍ଲାଜମା ବ୍ୟାଙ୍କ ନିର୍ମାଣ ସହ କେୟାର ପାଣ୍ଠିରେ ବିପୁଳ ପରିମାଣର ଅବଦାନ ଦେବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିଛି ।