କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ କମ୍ପ୍ଲେକ୍ସ କଲେ ଉଦଘାଟନ୍ ।

102

କନକ ବ୍ୟୁରୋ: କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ୍ କମ୍ପ୍ଲେକ୍ସ ଉଦଘାଟନ ଅବସରରେ ମୋଦୀ କହିଛନ୍ତି ଯେ, ଏବେ କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପକୁ ସମାଲୋଚନା କରୁଥିବା ଲୋକମାନେ ଏବେ ଚୁପ୍ ହୋଇଯିବେ । କସ୍ତୁରବା ଗାନ୍ଧୀ ମାର୍ଗ ଓ ଆଫ୍ରିକା ଏଭିନ୍ୟୁରେ ଏହି ନୂଆ ପ୍ରତିରକ୍ଷା ଅଫିସ୍ କମ୍ପେ୍ଲକ୍ସ ଉଦଘାଟିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଓ ସେନାର ପ୍ରାୟ ୭ ହଜାର କର୍ମଚାରୀଙ୍କ ପାଇଁ ଏହା ବ୍ୟବହାର ହେବ । ପ୍ରତିରକ୍ଷା କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ କାମକୁ ସହଜ କରିବା ଦିଗରେ ଏହା ଏକ ପଦକ୍ଷେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଭିସ୍ତା ପ୍ରକଳ୍ପ ଅଧୀନରେ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଯୋଜନା ରହିଛି । ଏହାସହ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ପାଇଁ ନୂଆ ବାସଭବନ ନିର୍ମାଣ ଲକ୍ଷ୍ୟ ରହିଛି । ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ଥିବା ବେଳେ ବ୍ୟୟ ଅଟକଳ ରହିଛି ୨୦ ହଜାର କୋଟି ।