ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । କହିଲେ ମାନବଜାତିର ହିତ ଚାହେଁ ଭାରତ । ଆମେ ବନ୍ଧୁତା ଚାହୁଁ, ହିଂସା ନୁହେଁ । କରୋନା ଭ୍ୟାକସିନ୍ ପାଇଁ ଆଗଉଛି ଭାରତ । ସଂକ୍ରମଣ ରୋକିବାକୁ ସବୁ ଦେଶକୁ କରିବୁ ସହଯୋଗ ।

670

କନକ ବ୍ୟୁରୋ: ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । ଜାତିସଂଘର ୭୫ତମ ସାଧାରଣ ଅଧିବେସନରେ ମୋଦିଙ୍କ ଅଭିଭାଷଣ । ଅନେକ ଯୁଦ୍ଧ ହୋଇଛି, ଅନେକ ଗୃହଯୁଦ୍ଧ ବି ହୋଇଛି । ଆତଙ୍କବାଦୀ ହମଲାରେ ଅନେକ ପ୍ରାଣ ହରାଇଛନ୍ତି । ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦେଶ ଅନେକ ବୀର ପୁରୁଷଙ୍କୁ ହରାଇଛି । ଅକ୍ଟୋବର ୨ରେ ବିଶ୍ୱ ଅହିଂସା ଦିବସ ପାଳନର ଅଭିଯାନ ପ୍ରଥମେ ଭାରତ ଆରମ୍ଭ କରିଥିଲା । ଭାରତ ବିଶ୍ୱ ସମୁଦାୟ ସହ ବନ୍ଧୁତା ଚାହେଁ, ଅହିଂସା ଚାହେଁନା ।

୮ ମାସ ହେବ ପୂରା ବିଶ୍ୱ କରୋନା ସହ ଲଢେଇ କରୁଛି । ଆମ ଆଗରେ ଅନେକ ନୂଆ ନୂଆ ଆହ୍ୱାନ ରହିଛି । ଜାତିସଂଘର ସ୍ୱରୁପରେ ପରିବର୍ତ୍ତନ ସମୟ ଚାହୁଁଛି । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏବେ ବଡ ଆହ୍ୱାନ । ଭାରତ ସମସ୍ତଙ୍କ ସହ ଅଛି । କରୋନା ବେଳେ ବି ଭାରତର ଔଷଧ କମ୍ପାନୀ ୧୫୦ ଦେଶକୁ ଔଷଧ ପଠାଇଛି । ଭାକସିନ ଡେଲିଭରି ପାଇଁ ଭାରତ ସବୁ ଦେଶକୁ ସହଯୋଗ କରିବ । ଭାରତ ଉପରେ ଅନ୍ୟ ଦେଶର ଯେଉଁ ବିଶ୍ୱାସ ଅଛି ତାହା ବଜାୟ ରହିବ । ଜାତିସଂଘକୁ ଆଶ୍ୱସ୍ତି କରିବାକୁ ଚାହୁଁଛି ଯେ, ଆମେ କରୋନା ଭ୍ୟାକ୍ସିନ୍ ପାଇଁ ପରିଶ୍ରମ କରୁଛୁ । ଆମେ ବର୍ତ୍ତମାନ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ପାଦ ବଢ଼ାଇଛୁ । ସାରା ବିଶ୍ୱ ପାଇଁ ଭାରତ ଉଦାହରଣ ସାଜିବ ଏବଂ ସବୁ ଜାତିସଂଘ ସହ ଜଡ଼ିତଥିବା ସବୁ ଦେଶକୁ ସହଯୋଗ କରିବ ।

ଭାତର ସ୍ୱର ମାନବଜାତିର ଶତ୍ରୁ ବିରୋଧରେ ରହିବ । ଡ୍ରଗ୍ସ, ଆତଙ୍କବାଦୀ, ମନି ଲଣ୍ଡରିଂ ବିରୋଧରେ ହେବ । ଗତ ୪ରୁ ୫ ବର୍ଷ ମଧ୍ୟରେ ୪ ଶହ ମିଲିୟନ ଲୋକଙ୍କୁ ବ୍ୟାଙ୍କ୍ ସହ ଜଡ଼ିତ କରିବା ସହଜ ନଥିଲା, ଖୋଲା ନିଷ୍କାସନ ମୁକ୍ତ ଇଣ୍ଡିଆ ଅଭିଯାନରେ ୬୦୦ ମିଲିୟନ ଲୋକଙ୍କୁ ଯୋଡ଼ିବା ସହଜ ନଥିଲା । ମାଗଣାରେ ଔଷଧ ଦେବାରେ ଭାରତ ବଡ ଭୂମିକା ନେଇଛି । ଡିଜିଟାଲ କାରବାରରେ ଭାରତ ବିଶ୍ୱରେ ଆଗରେ । ୨୦୧୫ ସୁଦ୍ଧା ଟିବି ମୁକ୍ତ ଦେଶ କରିବାକୁ ବଡ ଅଭିଯାନ ଚାଲିଛି । ସବୁ ଘରେ ପାଇପ ପାଣି ମିଳିବାକୁ ଅଭିଯାନ ଚାଲିଛି ।

ମହାମାରୀ ଭିତରେ ବି ଭାରତ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବାକୁ ଚେଷ୍ଟା ଚଳାଇଛି । ମହିଳା ସଶକ୍ତିକରଣକୁ ଆଗକୁ ନେବାକୁ ଭାରତରେ ଗୁରୁତ୍ୱ ଦିଆଯାଉଛି । ୨୬ ସପ୍ତାହ ଯାଏଁ ମାତୃତ୍ୱ ଛୁଟି ଭାରତରେ ହିଁ ଦିଆଯାଉଛି ବୋଲି ମୋଦି ଜାତିସଂଘରେ କହିଛନ୍ତି ।