ଦିଲ୍ଲୀ ରାମଲୀଳା ମୈଦାନରେ ‘ଧନ୍ୟବାଦ ମୋଦି’ ରାଲି । ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ, ନୂଆ ସକାଳ ଆଣିବାକୁ ବିଜେପିକୁ ମିଳିଛି ସୁଯୋଗ

୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲା ଦଳ

154

କନକ ବ୍ୟୁରୋ: ଦିଲ୍ଲୀରେ ମୋଦିଙ୍କ ମହାରାଲି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ଦିଲ୍ଲୀ ରାମଳୀଳା ମୈଦାନରେ ‘ଧନ୍ୟବାଦ ମୋଦି ରାଲି’ । ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଛନ୍ତି । ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ସକାଳ ଆଣିବା ପାଇଁ ବିଜେପିକୁ ସୁଯୋଗ ମିଳିଛି । ସାଧାରଣ ଜନତାଙ୍କ ଘର ପାଇଁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଯାଉଥିଲା ।

ହେଲେ ପ୍ରଧାନମନ୍ତ୍ରୀ ଉଦୟ ଯୋଜନାରେ ଲୋକଙ୍କୁ ଘର ଅଧିକାର ମିଳିଛି । ନିର୍ବାଚନ ଆସିଲେ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲା, ଆଉ ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା । ହେଲେ ଅବୈଧ କଲୋନୀର ବିକାଶ କାମ ବିଜେପି ହାତକୁ ନେଇଥିବା କହିଛନ୍ତି ନରେନ୍ଦ୍ର ମୋଦି । କୁହାଯାଉଛି ଆଗାମୀ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ରାଲିରେ ବିଗୁଲ ଫୁଙ୍କିଛି ବିଜେପି । ଦିଲ୍ଲୀରେ ଅବୈଧ ଭାବେ ଗଢି ଉଠିଥିବା ୧୭ଶହ ୩୪ କଲୋନିକୁ ନିୟମିତ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରିଛି ବିଜେପି ।