କନକ ବ୍ୟୁରୋ : ଭାରତ ଓ ଚୀନର ଦୁଇ ଶୀର୍ଷ ନେତା ପରସ୍ପରକୁ ଭେଟିଛନ୍ତି । ବ୍ରିକ୍ସ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ହାତ ମିଳାଇବା ସହିତ ଅଳ୍ପ ସମୟ ପାଇଁ କଥାବାର୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଉଭୟ ନେତା ବ୍ରିକ୍ସ ବିଜନେସ ଫୋରମ୍ ବୈଠକରେ ଏକାଠି ହେବେ ବୋଲି ଆଶା କରାଯାଉଥିଲା । ତେବେ ସି ଜିନପିଙ୍ଗ ଏହି ବୈଠକରେ ଯୋଗ ଦେଇନଥିଲେ । ତେବେ ବ୍ରିକ୍ସ ସମ୍ମଳିନୀରେ ଚୀନକୁ ଐତିହାସିକ ବନ୍ଧୁ ରାଷ୍ଟ୍ର ବୋଲି କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରୂଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଭିଡିଓ କନଫରେନ୍ସିସିଂ ଯୋଗେ ବୈଠକରେ ଯୋଗ ଦେଇଥିଲେ । ସେ ତାଙ୍କ ସ୍ଥାନରେ ଚୀନର ବାଣିଜ୍ୟ ମନ୍ତ୍ରୀ ୱାଙ୍ଗଙ୍କୁ ପଠାଇଥିଲେ ।

Advertisment

ଏହାପୂର୍ବରୁ ୨୦୨୨ ମସିହାରେ ଉଜବେକିସ୍ତାନରେ ଆୟୋଜିତ ଏସସିଓରେ ଉଭୟ ନେତାଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା । ଏପରିକି ସେତେବେଳେ ଦୁଇ ନେତାଙ୍କ ମଧ୍ୟରେ କୈଣସି ଦ୍ୱିପାକ୍ଷିକ କଥାବାର୍ତା ହୋଇନଥିଲା । ଗତ ୩ ବର୍ଷ ଧରି ଲାଇନ୍ ଅଫ୍ ଆକ୍ଟୁଆଲ୍ କଟ୍ରୋଂଲ ରେ ଚାଲିଥିବା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି   । ପୂର୍ବ ଲଦାଖରେ ସୀମା ସମସ୍ୟାର ସମାଧାନ ପାଇଁ ୨୦୨୦ ପରଠାରୁ ଉଭୟ ପକ୍ଷ ୧୯ ରାଉଣ୍ଡ ଆଲୋଚନା କରିଛନ୍ତି, କିନ୍ତୁ କୈଣସି ସମାଧାନ ହୋଇପାରି ନାହିଁ ।