ବିଜେପି ଫୋକସରେ ଓଡ଼ିଶା । ପୁଣି ଓଡିଶା ଆସିବେ ମୋଦି-ଶାହା, ଆସନ୍ତାକାଲି ଶାହା,୧୬ ତାରିଖରେ ମୋଦି । ଜାଣନ୍ତୁ କେଉଁଠି କରିବେ ସଭା

Advertisment
ବିଜେପି ଫୋକସରେ ଓଡ଼ିଶା । ପୁଣି ଓଡିଶା ଆସିବେ ମୋଦି-ଶାହା, ଆସନ୍ତାକାଲି ଶାହା,୧୬ ତାରିଖରେ ମୋଦି । ଜାଣନ୍ତୁ କେଉଁଠି କରିବେ ସଭା

କନକ ବ୍ୟୁରୋ : ବିଜେପି ଫୋକସରେ ଓଡିଶା ରହିଥିବା ବେଳେ ଦଳର ଦୁଇ ଶୀର୍ଷ ନେତା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ମୋଦି-ଶାହା । ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିବେ ।

ଆସନ୍ତାକାଲି ଏପ୍ରିଲ ୧୨ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଶାହା ଆସନ୍ତାକାଲି ସକାଳ ୧୧ଟାରେ କେନ୍ଦୁଝର ମେଡିକାଲ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ପୁଣିଥରେ ଚଳିତ ମାସ ଏପ୍ରିଲ ୧୭ ତାରିଖ ଦିନ ଶ୍ରୀ ଶାହା ଓଡିଶା ଗସ୍ତରେ ଆସି ସକାଳ ୧୧ ଟାରେ ଢେଙ୍କାନାଲ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ଏପ୍ରିଲ ୧୬ ତାରିଖ ଦିନ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା ହିରାକୁଦ ରୋଡ ଲୋରପଙ୍କ ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ସମାବେଶ ପରେ ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ବିଜୟ ସଂକଳ୍ପ ସଭାକୁ ଉଦବୋଧନ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଦୁଇ ଶୀର୍ଷ ନେତାଙ୍କ ଘନ ଘନ ଓଡିଶା ଗସ୍ତ ସ୍ପଷ୍ଟ ଦର୍ଶାଉଛି ଯେ, ବିଜେପିର ଫୋକସରେ ଏବେ ଓଡିଶା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe