କନକ ବ୍ୟୁରୋ: ପଞ୍ଜାବରେ ପୁଣି କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ । ନିର୍ବାଚନ ସମୟରେ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଲୋକଙ୍କ ଉନ୍ନତିକୁ ଅଣଦେଖା କରି ସବୁବେଳେ ରାଜନୈତିକ ଫାଇଦା ପାଇଁ ପ୍ରୟାସ କରି ଆସିଛି କଂଗ୍ରେସ ଦଳ । ଏହାସହ ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ଆଡ଼କୁ ଅଙ୍ଗୁଳିି ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟରେ ପରିଣତ କରିବାର ଦାୟିତ୍ୱ କଂଗ୍ରେସ ହାତରେ ଥିଲା । ହେଲେ ସେତେବେଳର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରି ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେହପରି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବୟାନର ମଧ୍ୟ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୟୁପି ଓ ବିହାରର ଲୋକଙ୍କୁ ବାହାରର ଲୋକ ବୋଲି ଚନ୍ନିଙ୍କ ବୟାନକୁ ସମାଲୋଚନା କରିଛନ୍ତି ମୋଦୀ ।
ସେପଟେ ମୋଦୀ ସରକାରଙ୍କୁ ଆଇନା ଦେଖାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସେ କହିଛନ୍ତି , ସବୁକଥାରେ ମୋଦୀ ସରକାର କଂଗ୍ରେସକୁ ଦୋଷ ଦେବା ଛାଡ଼ୁ, ବରଂ ନିଜ କାର୍ଯ୍ୟ ଶୈଳୀର ସମୀକ୍ଷା କରୁ । ଚୀନ୍ ଓ ପାକିସ୍ତାନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ । ନେତାଙ୍କୁ ଆଲିଙ୍ଗନ କଲେ କିମ୍ବା ବିନା ନିମନ୍ତ୍ରଣରେ ଯାଇ ବିରିୟାନି ଖାଇବା ଦ୍ୱାରା ସମ୍ପର୍କ ସୁଧୁରି ଯାଏନି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦିଙ୍କ ସାକ୍ଷାତ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଘରକୁ ମୋଦୀ ଯିବା ପ୍ରସଙ୍ଗରେ ସେ ଇସାରା କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ବୈଦେଶିକ ନୀତିରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଅର୍ଥନୀତି ପରିଚାଳନାରେ ବିଫଳ ହୋଇଥିବା ମଧ୍ୟ କହିଛନ୍ତି ମନମୋହନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/27-16.jpg)