ମୋଦୀ-ଶାହଙ୍କ ରଣନୀତିକୁ ନେଇ ବଢ଼ିଲା ଚର୍ଚ୍ଚା । ୨୦୨୪ରେ ପଡିବ କି ବିଧାନସଭା ନିର୍ବାଚନ ଫଳାଫଳର ପ୍ରଭାବ

176

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡରେ ବିଜେପିର ବଡ ଓ ଏକପାଖିଆ ବିଜୟ ପରେ ଜୋସରେ ଏବେ ଦଳୀୟ କର୍ମୀ । କୁହାଯାଉଛି, ୨୦୨୪ ପୂର୍ବରୁ ଏହା ଥିଲା ସେମିଫାଇନାଲ  । ଏବେ ବିଜେପିର ବଡ ବିଜୟ ପରେ ୨୦୨୪ରେ ଏହାର ପ୍ରଭାବ ନେଇ ଆଲୋଚନା ଆରମ୍ଭ ହୋଇଛି । ୩ଟି ଯାକ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିନଥିଲା ବିଜେପି । ମୋଦିଙ୍କ ନାଁ ରେ ଦଳ ନିର୍ବାଚନ ଲଢିଥିଲା । ଏବେ ରେଜଲ୍ଟ ଆସିବା ପରେ ମୋଦି-ଶାହଙ୍କ ହାତମୁଠା ଆହୁରି ଟାଣ ହୋଇଛି
-୨୦୨୪ ପାଇଁ ନିଜ ସପକ୍ଷରେ ମାହୋଲ କରିପାରିଛି ବିଜେପି
-ମୋଦୀଙ୍କ ଲୋକପ୍ରିୟତା ଏବେ ବି ଅକ୍ଷୂର୍ଣ୍ଣ  ବୋଲି ପ୍ରମାଣିତ ହୋଇଛି
– ଏନଡିଏରେ ବିଜେପି ଆହୁରି ପ୍ରଭାବଶାଳୀ ହୋଇପାରିଛି
-ବିଜେପି ବିକାଶର ସପକ୍ଷବାଦୀ ବୋଲି ସନ୍ଦେଶ ଦେଇଛି
ବାଇଟ-ସ୍ମୃତି ଇରାନୀ, ବରିଷ୍ଠ ବିଜେପି ନେତ୍ରୀ
ବାଇଟ-ମୁକ୍ତାବ ଆବାସ ନକ୍ଭି, ବରିଷ୍ଠ ବିଜେପି ନେତା
ଭିଓ୨- ରାହୁଲଙ୍କ ରଣନୀତି ଉପରେ ପୁଣି ଉଠିଲା ପ୍ରଶ୍ନ?
ବିଜେପିକୁ ଟକ୍କର ଦେଇପାରିବ କି ‘ଇଣ୍ଡିଆ’ ମେଂଟ?

ହିନ୍ଦୀ ଭାଷାଭାଷୀ ଅଂଚଳରେ ଏବେ ବି କଂଗ୍ରେସ ଯେ ଦୁର୍ବଳ ତାହା ପୁଣି ଥରେ ପ୍ରମାଣିତ କରିଛି ନିର୍ବାଚନ ଫଳାଫଳ । ଛତିଶଗଡରେ ନିଜ ସପକ୍ଷରେ ମାହୋଲ ସତ୍ୱେ ଦଳ ହାରିବା କଂଗ୍ରେସ ପାଇଁ ବଡ ଝଟକା ହୋଇଛି ।

-୨୦୨୪ ପାଇଁ କଂଗ୍ରେସ ନୂଆ ରଣନୀତି ଆବଶ୍ୟକ କରୁଛି
-ଇଣ୍ଡିଆ ମେଂଟରେ କଂଗ୍ରେସର ଦବଦବା କମିବା ସମ୍ଭାବନା
-ଆସନ ଭାଗବଂଟାରେ କଂଗ୍ରେସକୁ ହୋଇପାରେ କ୍ଷତି
-ଠିକ ରଣନୀତି ନ କଲେ ଇଣ୍ଡିଆ ମେଂଟ ଓ କଂଗ୍ରେସ ପଛରେ ପଡିବା ସମ୍ଭାବନା

ଆଉ ଦୁଇମାସ ପରେ ସାଧାରଣ ନିର୍ବାଚନ ବିଗୁଲ ବାଜିବ । ଆଉ ୩ ରାଜ୍ୟର ରେଜଲ୍ଟ ବିଜେପିକୁ ନୂଆ ଜୋସ ଦେଇଥିବା ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ବାଧ୍ୟ କରିଛି ।