କେମିତି ପରୀକ୍ଷା କରାଯାଇଥିଲା ମଡର୍ଣ୍ଣା ଟୀକା ? ନ୍ୟୁୟର୍କ ଟାଇମସରେ ଆସିଲା ବିସ୍ତୃତ ରିପୋର୍ଟ । ଟୀକା ପରୀକ୍ଷଣରେ ଭାଗ ନେଇଥିଲେ ୩୦ ହଜାର ସ୍ୱେଚ୍ଛାସେବୀ ।

440

କନକ ବ୍ୟୁରୋ: ଫଳପ୍ରଦ ହେବ କି ମଡର୍ଣ୍ଣା ଟିକା? ୯୪.୫ ପ୍ରତିଶତ ସଫଳତା ଦାବି । କରୋନା ଭୂତାଣୁକୁ ଦମନ କରିବାରେ ସଫଳ ହେବ କୋଭିଡ୍ ଟିକା । ଆମେରିକାର ଫାର୍ମା କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କୋଭଡି ଟିକା ଭୂତାଣୁକୁ ରୋକିବାରେ ୯୪.୫ ପ୍ରତିଶତ ଫ୍ରଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯିବା ପରେ ଏହି ଆଶା ସଂଚାର ହୋଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ଚୂଡାନ୍ତ ପର୍ଯ୍ୟାୟରେ ୩୦ ହଜାର ସ୍ୱେଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯାଇଥିଲା । ୨୮ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ପାୟ ୯୫ ଜଣ ସୁସ୍ଥ ଥିବାବେଳେ ମାତ୍ର ୫ ଜଣଙ୍କ ଦେହରେ ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେମାନଙ୍କୁ ଅନୁଧ୍ୟାନରେ ରଖାଯାଇଛି । ମଡର୍ଣ୍ଣାର ନୈଦାନିକ ପରୀକ୍ଷା ତଥ୍ୟକୁ ଅନୁଧ୍ୟାନ କରାଯିବା ପରେ ଆମେରିକାର ଡାଟା ସେଫ୍ଟି ଆଣ୍ଡ ମନିଟରିଂ ବୋର୍ଡ ପକ୍ଷରୁ ଏହି ଫଳାଫଳକୁ ପ୍ରକାଶ କରାଯାଇଛି ।

କେମିତି କାମ କରେ ମଡର୍ଣ୍ଣା ଟିକା? ଟିକା ଦେବାର ତରିକା କଣ? କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ମଡର୍ଣ୍ଣା ଫାଇଜର ଭଳି ଏମଆରଏନଏ ପଦ୍ଧତିରେ ଟିକା ପ୍ରସ୍ତୁତ କରୁଛି । ଏହି ପଦ୍ଧତିରେ ଜଣଙ୍କ ଦେହରେ ଏନଆରଏନଏକୁ କୋଡିଂ କରିଥାନ୍ତି ବିଶେଷଜ୍ଞ । ତାପରେ ଏହି ଏମଆରଏନଏ ଟିକା ଆକାରେ ଦିଆଯାଇଥାଏ । ଏହି ଟିକା କରୋନା ଭୂତାଣୁ ଦ୍ୱାର ସୃଷ୍ଟି ହୋଇଥିବା ସ୍ପାଇକ୍ ପ୍ରୋଟିନକୁ ନଷ୍ଟ କରେ ଓ ଆଂଟିବଡି ସୃଷ୍ଟି କରିଥାଏ । ଫଳରେ ଟିକା ନେବା ପରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥାନ୍ତି, ଏବଂ ଯଦି ଜଣେ କରୋନା ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ତେବେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ଏହାକୁ ଦୃଢ଼ ମୁକାବିଲା କରିବାରେ ସଫଳ ହୋଇଥାଏ ।

ଭାରତ ଦୃଷ୍ଟିକୋଣରୁ ଦେଖିଲେ ଏହି ଟିକା ବେଶ୍ ଉପଯୋଗୀ ହୋଇପାରେ । କାରଣ ଏହି ଟିକାକୁ ସାଧାରଣ ରେଫ୍ରିଜେରେଟରରେ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ୩୦ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ । ଏବଂ ମାଇନସ ୨୦ ଡିଗ୍ରୀ ସେଲସିୟସରେ ଏହି ଟିକାକୁ ୬ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ପାରିବ ।

ମାସ ଶେଷ ସୁଦ୍ଧା ମଡର୍ଣ୍ଣା ଟିକାର ଅଧିକ ନିରାପଦ ଫଳାଫଳ ଆସିବା ପରେ ଭାକ୍ସିନର ସ୍ୱୀକୃତି ପାଇଁ ମର୍ଡନା ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ନିକଟରେ ଆବେଦନ କରିବାକୁ ଯୋଜନା କରିଛି । ଏହି ସଂସ୍ଥାର ଅନୁମୋଦନ ପରେ ଡିସେମ୍ବର ଶେଷ ଭାଗ ଆଡକୁ ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ଆସନ୍ତା ଏପ୍ରିଲ ମାସ ଶେଷ ସୁଧା ୩୦ କୋଟି ଟିକା ଉପଲବ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି କମ୍ପାନୀ ।