ନିର୍ଣ୍ଣାୟକ ମୋଡରେ କୋଭିଡ୍ ବିରୋଧୀ ଲଢ଼େଇ: ଆମେରିକା ଓ ୟୁରୋପ ସରକାରଙ୍କୁ ଅନୁମତି ମାଗିଲା ମର୍ଡନା କଂପାନୀ

୯୪. ୧ ପ୍ରତିଶତ ସଫଳ, ଗୁରୁତର ମାମଲାରେ ୧୦୦ ପ୍ରତିଶତ ଫଳପ୍ରଦ ହେବ ଟିକା । ଅନୁମତି ମିଳିଲେ ଡିସେମ୍ବର ୨୧ରେ ହୋଇପାରେ ଟିକାଦାନ ଆରମ୍ଭ

130

କନକ ବ୍ୟୁରୋ: ମାନବ ସମାଜ କରୋନା ବିରୋଧୀ ଲଢେଇରେ ଏକ ନିର୍ଣ୍ଣାୟକ ସ୍ଥିତିରେ ଖୁବଶୀଘ୍ର ପହଂଚିଯିବ ବୋଲି କୁହାଯାଇପାରିବ । କାରଣ ଆମେରିକାର ଟିକା ପ୍ରସ୍ତୁତକାରୀ କମ୍ପାନି ମଡନା କହିଛି, ସେମାନେ ସୋମବାର ଭାକସିନ ପାଇଁ ଆମେରିକା ଓ ୟୁରୋପ ସରକାର ଠାରୁ ଅନୁମତି ମାଗିବେ । ମଡନାର ଏହି ଭାକସିନ ୯୪.୧ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ତରଫରୁ କୁହାଯାଇଛି । ଏବଂ ଗୁରୁତର ମାମଲା କ୍ଷେତ୍ରରେ ଏହା ଶହେ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଛି ।

ଅର୍ଥାତ ମଡନା ଟିକା ନେଇଥିବା ଜଣେ ବ୍ୟକ୍ତି କୌଣସି ପରିସ୍ଥିତିରେ କରୋନା ପାଇଁ ଗୁରୁତର ହେବ ନାହିଁ । ଡିସେମ୍ବର ୨୧ ତାରିଖରେ ଏହାର ପ୍ରଥମ ଟିକା ଦିଆଯିବ ବୋଲି ଜଣାପଡିଛି । ୩୦ ହଜାର ଲୋକଙ୍କ ଠାରେ ଏହି ଟିକାର ପରିକ୍ଷଣ କରାଯାଇଥିଲା । ଏବଂ ନଭେମ୍ବର ୧୬ ତାରିଖରେ ଏହା ୯୪.୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ତରଫରୁ କୁହାଗଲା । ଏବେ ଆସିଥିବା ତଥ୍ୟ ଅନୁସାରେ, ମଡନା ପକ୍ଷରୁ କୁହାଯାଇଛି ଯେ ଗୁରୁତର ମାମଲା ପାଇଁ ଏହି ଟିକା ଶହେ ପ୍ରତିଶତ ଫଳପ୍ରଦ । କମ୍ପାନିର ଜଣେ ଉଚ୍ଚପଦାଧିକାରୀ କହିଛନ୍ତି, ଡିସେମ୍ବର ଶେଷ ସୁଦ୍ଧା କମ୍ପାନି ୨କୋଟି ଡୋଜ ତିଆରି କରିବ ଏବଂ ୨୦୨୧ରେ ୫୦କୋଟିରୁ ୧୦୦ କୋଟି ଡୋଜ ତିଆରି କରାଯିବ ।