୧୦ ଲକ୍ଷ ଟୀକା ପାଇଁ ଆଗୁଆ ବରାଦ ମିଳିଥିବା ନେଇ ସୂଚନା ଦେଲା ଆମେରିକୀୟ କମ୍ପାନୀ । ଆଗାମୀ ସପ୍ତାହରେ ଆସିବ ପରୀକ୍ଷଣର ଚୁଡ଼ାନ୍ତ ଫଳାଫଳ, ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଛି ପରୀକ୍ଷଣ ।

415
କନକ ବ୍ରୁରୋ: ଖୁବ ଶୀଘ୍ର ଆସିବାକୁ ଯାଉଛି ମଡର୍ଣ୍ଣା କଂମ୍ପାନୀର କରୋନା ଟିକା । ଆମେରିକାର ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀ କୋଭିଡ ଟିକାକୁ ବଜାରକୁ ଛାଡିବା ପାଇଁ ପ୍ରସ୍ତୁତ ହେଉଛି । ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଖବ ଶୀଘ୍ର ବଜାରକୁ ଆସିପାରେ ମଡର୍ଣ୍ଣାର କୋଭିଡ ଟିକା । ମାନବ ପରୀକ୍ଷଣର ଚୂଡାନ୍ତ ଫଳାଫଳ ଆସିବା ପୂର୍ବରୁ ମଡର୍ଣ୍ଣାକୁ ଶହେ କୋଟିରୁ ଅଧିକ ଟିକା ଯୋଗାଣ ପାଇଁ ବରାଦ ମିଳିସାରିଛି ।
ଆମେରିକାର ଏକ ପ୍ରସିଦ୍ଧ ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା, ଖୁବ ଶୀଘ୍ର କୋଭିଡ ଟିକା ଲଂଚ କରିବ ବୋଲି ଦାବି କରି ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଛି । କେମ୍ବ୍ରିଜର ମାସାଚୁସେଟର ଏହି ଟିକା ନିର୍ମାତା କଂପାନୀ କହିଛି ଖୁବ ଶୀଘ୍ର ସେମାନେ ବଜାରକୁ କରୋନା ଟିକା ଆଣିବାକୁ ଯାଉଛନ୍ତି । ଏଥିସହ ଶହେ କୋଟି ୧୦ ଲକ୍ଷ ଟିକା ଯୋଗାଣ ପାଇଁ ବରାଦ ମିଳିସାରିଥିବା ନେଇ କମ୍ପାନୀ ସ୍ପଷ୍ଟ କରିଛି ।
କୋଭିଡ ଟିକା ଯୋଗାଇବା ପାଇଁ ଭ୍ୟାକସିନ ନିର୍ମାତା ମଡର୍ଣ୍ଣା କଂପାନୀ ଆମେରିକା ସରକାର ସହ ଆଉ କିଛି ଦେଶ ସହ ଚୁକ୍ତି କରିସାରିଛି । ଏହାଛଡା ଟିକା ଯୋଗାଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନେତ୍ୃତ୍ୱ ଅଧିନରେ ଥିବା ସଂଗଠନ ଗୁଡିକ ସହ ମଧ୍ୟ କଥାବାର୍ତା ଚଳାଇଛି ।
ମଡର୍ଣ୍ଣା ପକ୍ଷରୁ ବିଶ୍ୱସ୍ତରରେ କୋଭିଡ ଟିକା ଲଂଚ କରାଯିବ ନେଇ ପ୍ରସ୍ତୁତି ଚାଲିଛି । ହେଲେ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ । ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ମଡର୍ଣ୍ଣା ଟିକାର ମାନବ ପରୀକ୍ଷଣ କରାଯାଇଛି । ଆଗାମୀ ସପ୍ତାହ ଭିତରେ ପରୀକ୍ଷଣର ଫଳାଫଳ ଆସିଗଲେ ଟିକାକୁ ଲଂଚ କରାଯିବ ବୋଲି କହିଛି ମଡର୍ଣ୍ଣା କମ୍ପାନୀ ।
ବଡ କଥା ହେଉଛି ବର୍ତମାନ ସୁଦ୍ଧା ବଜାରରେ ଅନ୍ୟକୌଣସି ରୋଗ ପାଇଁ  ମଡର୍ଣ୍ଣାର ଗୋଟିଏ ବି ଅନୁମତି ପ୍ରାପ୍ତ ଟିକା ବିକ୍ରି ହେଉ ନାହିଁ । ତେବେ କରୋନା ପାଇଁ ଚୂଡାନ୍ତ ପରୀକ୍ଷଣରେ ସାମିଲ ହାତ ଗଣତି କଂପାନୀ ଭିତରୁ ମଡର୍ଣ୍ଣା ଅନ୍ୟତମ । ଜନସନ ଆଣ୍ଡ ଜନସନ ଓ ପି ଫାଇଜର ଭଳି କମ୍ପାନୀ ସହ ଟିକା କରଣରେ ଏବେ ମଡର୍ଣ୍ଣା ସାମିଲ ହୋଇଛି ।
ମଡର୍ଣ୍ଣାର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫେନ୍ ବଙ୍କେଲ କହିଛନ୍ତି, ବିଶ୍ୱ ବଜାରରେ କୋଭିଡ ଟିକାର ଗୋଟିଏ ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ କଥାବାର୍ତା ଚାଲିଛି ।
ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଅଦାର ପୁନାୱାଲା କହିଥିଲେ, ଜରୁରୀକାଳିନ ଭିତିରେ ଭାରତ ସରକାର ଅନୁମତି ଦେଲେ, ଡିସେମ୍ବର ସୁଦ୍ଧା ଟିକା ପ୍ରସ୍ତୁତ ହୋଇଯିବ । ଏହା ପରେ ୨୦୨୧ରେ, ପ୍ରଥମ ଓ ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ଦଫାରେ ୧୦ କୋଟି ଡୋଜ୍ ଉପଲବ୍ଧ ହେବ ।