ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଡିସେମ୍ବର ୨୧ରେ ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ

222

କନକ ବ୍ୟୁରୋ : ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକା ପ୍ରସ୍ତୁତ ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନୀର ଦାବି । ଗୁରୁତର ସ୍ଥିତିରେ ଏହି ଟିକା ଶହେ ପ୍ରତିଶତ ସଫଳ ବୋଲି କହିଛି କମ୍ପାନୀ । ଡିସେମ୍ବର ୨୧ରେ ଏହାର ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ରହିଛି । ୩୦ ହଜାର ଲୋକଙ୍କ ଠାରେ ମଡର୍ଣ୍ଣା ଟିକାର ପରୀକ୍ଷଣ ହୋଇଥିଲା ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରୁଛନ୍ତି । ଏହି ଭର୍ଚୁାଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡ୍ି ଫର୍ମା ପ୍ରତିନିଧି ଯୋଗଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ୍, ସିରମ ଇନଷ୍ଠିଚ୍ୟୁଠ୍ ଏବଂ ଜାଇଡସ୍ କାଡ଼ିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଟିକା ସ୍ଥିତିର ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ ।

ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଜ୍ଞାନ ଜାଣିଲା ପରେ ସିରମ ଇଷ୍ଟିଚ୍ୟୁଟ ସିଇଓ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବାଦରେ ପ୍ରଧାନମନ୍ତ୍ରୀଙ୍କ ଧାରଣା ଥିବାରୁ ତାଙ୍କୁ ବୁଝାଇବା ସହଜ ଥିଲା ବୋଲି ପୁନାବାଲା କହିଥିଲେ । ଆଉ ପୁଣି ଥରେ ଟିକାର ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।