ଏକ ଅନୁଧ୍ୟାନରୁ ଆସିଲା ସାଂଘାତିକ୍ ରିପୋର୍ଟ । କରୋନାର ନୂତନ ପ୍ରଜାତି ଭୂତାଣୁ ବିରୋଧରେ କମ୍ ଫଳପ୍ରଦ ଫାଇଜର ଓ ମଡର୍ଣ୍ଣା ଟିକା

ଏକ ଅନୁଧ୍ୟାନରୁ ଆସିଲା ସାଂଘାତିକ୍ ରିପୋର୍ଟ । କରୋନାର ନୂତନ ପ୍ରଜାତି ଭୂତାଣୁ ବିରୋଧରେ କମ୍ ଫଳପ୍ରଦ ଫାଇଜର ଓ ମଡର୍ଣ୍ଣା ଟିକା

FILE PHOTO: Vials with a sticker reading "COVID-19 / Coronavirus vaccine / Injection only" and a medical syringe are seen in front of a displayed Pfizer logo in this illustration taken October 31, 2020. REUTERS/Dado Ruvic/File Photo/File Photo

ସମ୍ପ୍ରତି କୋଭିଡ୍‌ ଟିକା ଶରୀରରେ ବିକଶିତ କରୁଥିବା ଆଣ୍ଟିବଡ଼ିଗୁଡ଼ିକ ୟୁକେ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ଆବିର୍ଭୂତ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ବିରୋଧରେ କମ୍‌ ଫଳପ୍ରଦ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। ‘ସେଲ୍‌’ ପତ୍ରିକାରେ ପ୍ରକାଶିତ ଉକ୍ତ ଗବେଷଣାର ବିବରଣୀ ଅନୁଯାୟୀ, ବିଶେଷ କରି ଫାଇଜର ଓ ମଡର୍ଣ୍ଣା କମ୍ପାନି ଦ୍ବାରା ବିକଶିତ କୋଭିଡ୍‌ ଟିକା ଉକ୍ତ ନୂତନ ପ୍ରଜାତି ବିରୋଧରେ ସେତେ କାମ କରୁନାହିଁ ବୋଲି ଜଣାଯାଇଛି। ମାସାଚ୍ୟୁଟ୍‌ସର ଗବେଷକ ଡା. ଆଲେଜାଣ୍ଡ୍ରୋ ବାଲାଜ୍‌ସଙ୍କ ନିର୍ଯାସ ଅନୁସାରେ, ଆଣ୍ଟିବଡିଗୁଡ଼ିକ ସାଧାରଣତଃ ଖୁବ୍‌ ଜୋର୍‌ରେ କରୋନାଭୂତାଣୁକୁ ବାନ୍ଧି ରଖି କୋଷ ଭିତରେ ପ୍ରବେଶ କରିବାକୁ ଦିଅନ୍ତିନାହିଁ। ତେବେ ଏପ୍ରକାର ବାନ୍ଧିରଖିବା ସମ୍ଭବ ଯେତେବେଳେ ଆଣ୍ଟିବଡି ଓ କରୋନାଭୂତାଣୁର ଆକୃତି ଠିକ୍‌ ତାଲା ଓ ଚାବି ସଦୃଶ ମେଳ ଖାଇଲା ପରି ହୋଇଥାଏ।

ଯଦି ଭୂତାଣୁ ନିଜର ରୂପ ବଦଳାଇ ଦିଏ, ତେବେ ଆଣ୍ଟିବଡି ଆଉ ତା’କୁ ଠଉରେଇ ନପାରି ଅଟକାଇ ପାରେନାହିଁ। ତେଣୁ ମୂଳ ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ ଆଧାରରେ ବିକଶିତ ଟିକାଗୁଡ଼ିକୁ ଏହି ନୂତନ ପ୍ରଜାତି କରୋନାଭୂତାଣୁ ବିରୋଧରେ ପରୀକ୍ଷା କରାଇଲା ବେଳେ ସେମାନେ ୨୦ରୁ ୪୦ ଗୁଣ ପ୍ରତିରୋଧୀ ହୋଇପଡୁଛନ୍ତି ବୋଲି ବାଲାଜ୍‌ସ କହିଛନ୍ତି। ସେହିପରି ଚୀନ୍‌ର ଉହାନ ସହରରେ ପ୍ରଥମେ ଦେଖାଦେଇଥିବା ପ୍ରଜାତି ତୁଳନାରେ ପ୍ରଥମେ ବ୍ରାଜିଲ ଓ ଜାପାନରେ ଦେଖାଦେଇଥିବା ରୂପାନ୍ତରିତ ପ୍ରଜାତି ୫ରୁ ୭ ଗୁଣା ଅଧିକ ପ୍ରତିରୋଧୀ ହୋଇଥିବା ଜଣାଯାଇଛି। ସର୍ବୋପରି ରିସିପ୍ଟର ବାଇଣ୍ଡିଂ ଡୋମେନ୍‌ ନାମରେ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ର ଏକ ନିର୍ଦ୍ଦିଷ୍ଟ ଅଂଶରେ ହେଉଥିବା ରୂପାନ୍ତରୀକରଣ କରୋନାଭୂତାଣୁକୁ ଅକାମୀ କରାଇପାରୁଥିବା ଆଣ୍ଟିବଡିକୁ ପ୍ରତିରୋଧ କରିବା ପାଇଁ ସମର୍ଥ ହୋଇଥାଏ। ଆମ ଶରୀରରେ ଆଣ୍ଟିବଡି ବ୍ୟତିରେକ ରୋଗପ୍ରତିରୋଧକତା ବଢ଼ାଇବା ପାଇଁ ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ରହିଛି ବୋଲି ବାଲାଜ୍‌ସ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe