ଭୁବନେଶ୍ୱର ଉପକଣ୍ଠରେ ଅତ୍ୟାଧୁନିକ ଡୁପ୍ଲେକ୍ସ ସୋସାଇଟି “ସାପ୍ ରେସିଡେନ୍ସି”: ୨୪ ଘଣ୍ଟିଆ ସିକ୍ୟୁରିଟି ସହ ରହିଛି ଅନେକ ସୁବିଧା, କେମିତି କରିବେ ବୁକିଂ?

157

କନକ ବ୍ୟୁରୋ: ଭୁବନେଶ୍ୱର ସହର ଉପକଣ୍ଠ ଭିଙ୍ଗାରପୁରରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ସଂସ୍ଥା ସାପ୍ ରିଅଲ ଇଷ୍ଟେଟ ଡୁପ୍ଲେକ୍ସ ସୋସାଇଟି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ ହେଉଥିବା ଏହି “ସାପ୍ ରେସିଡେନ୍ସି” ରେ ରହିଛି ସୁଇମିଙ୍ଗ ପୁଲ, ଜିମ୍, ପିଲାମାନଙ୍କ ପାଇଁ ଖେଳିବା ସ୍ଥାନ, ଟେରାସ ଗାର୍ଡେନ, ଚଲା ପଥ, ଇଭି ଚାରଜିଙ୍ଗ, ୨୪ ଘଣ୍ଟିଆ ସିକ୍ୟୁରିଟି ସହିତ ଆହୁରି ଅନେକ ସୁବିଧା । ଗ୍ରାହକ ମାନେ ନିଜ ପସନ୍ଦ ଅନୁସାରେ ଦକ୍ଷିଣ, ପୂର୍ବ କିମ୍ବା ଉତ୍ତରକୁ ସାମ୍ନା କରିଥିବା ଘର ବୁକିଂ କରିପାରିବେ ।

ଡୁପ୍ଲେକ୍ସ ଗୁଡିକର ଉପର ଓ ତଳ ମହଲର ନିର୍ମାଣ ଆୟତନ ୨୦୦୦ ସ୍କୋୟାର ଫୁଟରୁ ଅଧିକ ରହିଛି । ଘର ନିର୍ମାଣରେ ଗୁଣବତ୍ତା ବଜାୟ ରଖିବା ପାଇଁ ବିଭିନ୍ନ ନାମୀ ବ୍ରାଣ୍ଡର ଛଡ଼, ସିମେଣ୍ଟ, ରଙ୍ଗ ତଥା ଫିଟିଙ୍ଗସ ବ୍ୟବହାର ହେଉଥିବା କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦେଶିକା ସ୍ନେହଲତା ମିଶ୍ର ।

ବୁକିଂ ଆରମ୍ଭ ହେବାର ଘୋଷଣା କରି କମ୍ପାନୀର ଅନ୍ୟତମ ନିର୍ଦେଶକ ସେକ ଆୟୁବ ଜଣାଇଛନ୍ତି “ସାପ୍ ରେସିଡେନ୍ସି” କଟକ-ଭୁବନେଶ୍ୱର, ଫୁଲନଖରା-ନିଆଳି ଏବଂ ଭୁବନେଶ୍ୱର-ପୁରୀ ରାସ୍ତା ସହିତ ସଂଯୋଗ ସୁବିଧାଜନକ ରହିଛି । ସୂଚନାଯୋଗ୍ୟଯେ, ସାପ୍ ରିଅଲ ଇଷ୍ଟେଟର ଏବେ ପୁରୀ ଉପକଣ୍ଠରେ ଏକ ବୃହତ ଟାଉନସିପ ପ୍ରକଳ୍ପ ଏବଂ ଜଗତସିଂହପୁରରେ ଏକ ବାଣିଜ୍ୟିକ ହାଉସିଂ ପ୍ରକଳ୍ପ କାମ ଆଗେଇ ଚାଲିଛି ।