କ୍ୟାମେରାରେ କଏଦ ହେବ ଚୀନର କାରନାମା, ଏଲଏସିକୁ ସୁରକ୍ଷା ଦେବ ଆଧୁନିକ ଡ୍ରୋନ

116

କନକ ବ୍ୟୁରୋ: ଏଣିକି ଏଲଏସିରେ ଚୀନର ସମସ୍ତ କାରନାମା ଉପରେ ନଜର ରଖିବ ଭାରତ । ସୀମାର ସୁରକ୍ଷା ପାଇଁ ଭାରତୀୟ ସେନାରେ ସାମିଲ ହେବ ଆଧୁନିକ ଡ୍ରୋନ କ୍ୟାମେରା । ଏହି ଡ୍ରୋନ କ୍ୟାମେରା ଅତି ଉନ୍ନତ ମାନର । ଏହା ସୀମାରେ ଚୀନର ସମସ୍ତ କାରନାମା ଉପରେ ନଜର ରଖିବ । ଆଉ ଭାରତୀୟ ସେନାକୁ ସୁଦୃଢ କରିବା ପାଇଁ ଏହି ଆଧୁନିକ ଡ୍ରୋନକୁ ସେନାରେ ସାମିଲ କରାଯାଇଛି ।

ଗତ ବର୍ଷ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ଏହାପରଠୁ ଭାରତ-ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଲାଗି ରହିଛି । ସେବେଠୁ ଗଲୱାନ ଘାଟିରେ ସୀମାକୁ ନେଇ ବିବାଦ ଲାଗି ରହିଛି ।

ସୂଚନା ଅନୁସାରେ ଇସ୍ରାଏଲ ନିର୍ମିତ ହେରାନ ମାର୍କ-୧ ଡ୍ରୋନ ଏଲଏସିର ପାହାଡି ଅଞ୍ଚଳରେ ୨୪ ଘଣ୍ଟା ଘୁରି ବୁଲୁଛି । ଏହି ଡ୍ରୋନ ପାଖାପାଖି ୩୦ ହଜାର ଫୁଟ ଯାଏଁ ଉଡି ପାରିବ । ନିକଟରେ ଇସ୍ରାଏଲଠାରୁ ଭାରତ ଏହି ଡ୍ରୋନ କିଣିଥିଲା । ଏହି ଡ୍ରୋନ କୌଣସି ବି ପାଗରେ ବହୁ ଦୂର ଯାଏଁ ଉଡିପାରେ ।