ମଡେଲ ସ୍କୁଲ: ମୋଦୀ ବନାମ କେଜ୍ରିୱାଲ। ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ।

205

କନକ ବ୍ୟୁରୋ: ଗୁରୁଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଘୋଷଣା କରିଛନ୍ତି । ଦେଶର ୧୪ ହଜାର ୫ଶହ ସ୍କୁଲର ବିକାଶ ପାଇଁ ପିଏମ-ଶ୍ରୀ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ସ୍କୁଲ ଗୁଡିକର ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆର ଶୁଭାରମ୍ଭ କରାଯାଇଛି । ବିଶେଷ କରି ଦେଶର ଏହି ସ୍କୁଲକୁ ମଡେଲ ସ୍କୁଲରେ ପରିଣତ କରାଯିବ । ଏହା ନୂଆ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସଫଳର କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ସେପେଟେ ତାମିଲନାଡୁ ସରକାର ସୋମବାର‘ସ୍କୁଲ ଅଫ ଏକ୍ସିଲେନ୍ସ ଆଣ୍ଡ ମଡେଲ ସ୍କୁଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଦିଲ୍ଲୀ ସ୍କୁଲର ଶିକ୍ଷା ଉପରେ ଆଧାରିତ ହୋଇଥିବା ଏହି ସ୍କୁଲର ଶୁଭାରମ୍ଭ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୬ ଉକୃଷ୍ଟତା ସ୍କୁଲ ଏବଂ ୧୫ ମଡେଲ ସ୍କୁଲ ସାମିଲ କରାଯାଇଛି । ଥଗୌସଲ ପଲ୍ଲୀଗଲ ଏବଂ ମାଥିରି ପଲ୍ଲୀଗଲ ସ୍କୁଲ ଅଫ ଏକ୍ସିଲେନ୍ସ ଏହି ସ୍କୁଲର ଆଧିକାରୀକ ତାମିଲ ନାମ ।

ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ମଡେଲ ସ୍କୁଲ ଯୋଜନାର ଶୁଭାରମ୍ଭ ମୋଦୀ ବନାମ କେଜ୍ରିୱାଲର ହୋଇଯାଇଛି । ଦିଲ୍ଲୀ ସରକାରଙ୍କ ମଡେଲରେ ଅନୁପ୍ରାଣିତ ହୋଇ ତାମିଲନାଡୁ ସରକାର ମଡେଲ ସ୍କୁଲର ଯୋଜନା ଆରମ୍ଭ କରିଥିବା ବେଳେ ମୋଦୀ ମଧ୍ୟ ଆଜିର ଦିନରେ ମଡେଲ ସ୍କୁଲ ଯୋଜନାର ଘୋଷଣା ରାଜନୈତିକ ଉଷ୍ମତାର ଗନ୍ଧ ଆସୁଛି । ଶିକ୍ଷା ବ୍ୟବସ୍ଥାକୁ ନେଇ ଅରବିନ୍ଦଙ୍କ ସଫଳତା ମୋଦୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କିଛି ଦିନ ତଳେ ଷ୍ଟାଲିନ ଦିଲ୍ଲୀର ସ୍କୁଲକୁ ଯାଇ ସମସ୍ତ ଜିନିଷର ଅନୁଧ୍ୟାନ କରିଥିଲେ ଆଉ ଏବେ ନିଜ ରାଜ୍ୟରେ ଏହାକୁ ଲାଗୁ କରିବା ମୋଦୀଙ୍କ ପାଇଁ ମଧ୍ୟ ବଡ ଝଟକା । ତେବେ ବୋଧେ ଏହାକୁ କାଉଣ୍ଟର କରିବାକୁ ଯାଇ ମୋଦୀ ଆଜିର ଦିନରେ ଏହି ନୂଆ ମଡେଲ ସ୍କୁଲର ଯୋଜନା କରିଛନ୍ତି । ଦେଶର ୧୪ ହଜାରରୁ ଅଧିକ ସ୍କୁଲରେ ଏହାକୁ ଲାଗୁକରି ନିଜର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି ।