କନକ ବ୍ୟୁରୋ : ଗାଁ ରାଜନୀତିରେ ଗ୍ଲାମର ଏଣ୍ଟ୍ରି । ନିର୍ବାଚନ ଲଢୁଛନ୍ତି ମଡେଲ । ମଡେଲିଂ ଦୁନିଆରେ ଭଲ କ୍ୟାରିୟର କରିଥିବା ବଲାଙ୍ଗିରର ପ୍ରିୟଙ୍କା ନନ୍ଦ ଏବେ ରାଜନୀତିରେ ପାଦ ଥାପିଛନ୍ତି । ଚୂଡାପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା । ଭୋପାଳରେ ପାଠ ପଢିବା ସହ ମଡେଲିଂ ଦୁନିଆରେ ନିଜକୁ ବେଶ୍ ପ୍ରତିଷ୍ଠିତ କରିପାରିଛନ୍ତି ବଲାଙ୍ଗିରର ଏହି ଝିଅ । ଫ୍ଲିପକାର୍ଟ, ଆମାଜନ୍, ନାୟିକା, ମାନ୍ୟବର ଭଳି ନାମୀଦାମୀ କମ୍ପାନୀରେ ମଡେଲିଂ କରିସାରିଛନ୍ତି ପ୍ରିୟଙ୍କା ନନ୍ଦ । ହେଲେ ଗାଁର ବିଭିନ୍ନ ସମସ୍ୟା ତାଙ୍କୁ ଗ୍ଲାମର ଦୁନିଆ ଓ ମେଟ୍ରୋ ସିଟିରୁ ଟାଣି ଆଣିଛି ।
ଛୁଟିରେ ଆସୁଥିବା ବେଳେ ଗାଁରେ ପାଣି, ବିଦ୍ୟୁତ ଭଳି ବିଭିନ୍ନ ସସମ୍ୟା ଦେଖି, ନିଜକୁ ଅଟକାଇପାରିନାହାନ୍ତି ପ୍ରିୟଙ୍କା । ଗାଁ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ ଏବେ ରାଜନୀତିର ରାସ୍ତାକୁ ବାଛିଛନ୍ତି ପ୍ରିୟଙ୍କା । ଜିତଲେ ସବୁ ସମସ୍ୟାର ସମାଧାନ ପାଇଁ ଆଶା ରଖିଛନ୍ତି ।
ଏନେଇ ପ୍ରିୟଙ୍କା କହିଛନ୍ତି, ମୁଁ ଜଣେ ମଡେଲ, ଗାଁକୁ ବୁଲିବାକୁ ଆସିଥିଲି । ନିର୍ବାଚନ ଲଢିବା ପାଇଁ କେବେ ଭାବିନଥିଲି । ଘରେ ଏବଂ ଅନ୍ୟମାନେ ମତେ ସରପଞ୍ଚ ପ୍ରାର୍ଥୀ ହେବାକୁ କହିଥିଲେ । ସମସ୍ତଙ୍କ ସମର୍ଥନ ପାଇଁ ମୁଁ ନିର୍ବାଚନ ଲଢୁଛି । ପୂର୍ବରୁ ଯେତେବେଳେ ଗାଁକୁ ଆସେ ସେତେବେଳେ ଗାଁର ଅନେକ ସମସ୍ୟା ଦେଖିଛି । ଗାଁରେ ପାଣି ସମସ୍ୟା ରହିଛି, ବିଜୁଳି ସମସ୍ୟା ମଧ୍ୟ ରହିଛି । ଏହିସବୁ ମୋ ନଜରେ ଥିଲା, ଆଉ ଏବେ ଯେତେବେଳେ ନିର୍ବାଚନ ଲଢିବାକୁ ସୁଯୋଗ ମିଳିଛି, ଭାବୁଛି ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ ଆଗ ପାଣି ଏବଂ ବିଜୁଳି ସମସ୍ୟାକୁ ଦୂର କରିବି ।
ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ମଡେଲ ପ୍ରିୟଙ୍କା ନନ୍ଦ । ଏବେ ଗାଁର ବିଭିନ୍ନ ସମସ୍ୟା ଦୂର କରିବାକୁ ବାଛିଛନ୍ତି ରାଜନୀତିର ରାସ୍ତା
/kanak/media/post_attachments/wp-content/uploads/2022/01/10-38.jpg)