ଇଣ୍ଟରନେଟରେ ମୁମ୍ବାଇର ଏକ ମଡେଲଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମେଡଲ୍ ଲିପ୍ଟରେ ଛିଡା ହୋଇଥିବା ପୁଲିସକୁ ଯିବା ପାଇଁ କହୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଲିପ୍ଟର ଓ୍ଵାଚମ୍ୟାନ୍ ବି ସେଥିରେ ଥିବା ଦେଖିବାକୁ ମିଳୁଛି । ମେଡେଲ # ମି ଠୁ ସହିତ ଟୁଇଟରେ ମୁମ୍ବଇ ପୁଲିସ ଓ ଭିଡିଓରେ ଥିବା ଅନ୍ୟ ଲୋକଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଏବେ ଏହି ଘଟଣାକୁ ନେଇ ମଡେଲ ମୁହଁ ଖୋଲି ସେଦିନ ରାତିର ଘଟଣାକୁ ବଖାଣିଛନ୍ତି।
#WATCH: Model Megha Sharma, who in a viral video was seen thrashing a security guard and sitting in protest when the police came to take her, narrates the chain of events which took place at the time of the incident. #Mumbaipic.twitter.com/iWvHHVH9Mu
— ANI (@ANI) October 30, 2018
ମଡେଲ ମେଘା ଶର୍ମା କହିଛନ୍ତି, ‘ସେଦିନ ରାତିରେ ମୁଁ ଲିପ୍ଟର ଓ୍ଵାଚମ୍ୟାନ୍କୁ ସିଗାରେଟ ଆଣିବାକୁ କହିଥିଲି। କିନ୍ତୁ ସେ ଡିୟୁଟିରେ ଅଛନ୍ତି ସିଗାରେଟ କିଣି ଆଣି ପାରିବେ ନାହିଁ ବୋଲି କହିଥିଲା। ତେଣୁ ମୁଁ ତାକୁ ଅନ୍ୟଜଣେ ଓ୍ଵାଚମ୍ୟାନ୍କୁ ସିଗାରେଟ ଆଣିବାକୁ କହିଦେବାକୁ କହିଥିଲି। ମୋର କୌଣସି କଥା ଓ୍ଵାଚମ୍ୟାନ୍ ଶୁଣି ନଥିଲା। ଏହାପରେ ମୁଁ ନିଜେ ଯାଇ ସିଗାରେଟ ଆଣିଥିଲି ଓ ବିନମ୍ରତା ସହ ଓ୍ଵାଚମ୍ୟାନ୍କୁ କହିଥିଲି ତୁମେ ଯଦି କାହାକୁ କହି ଟିକେ ସିଗାରେଟ ନେଇ ଆସି ଥାଅନ୍ତ ମୋତେ ଏତେ ରାତିରେ ଆଉ ଯିବାକୁ ପଡ଼ି ନଥାଆନ୍ତା। ମୋ’ଠାରୁ ଏହା ଶୁଣିବା ପରେ ଉକ୍ତ ଓ୍ଵାଚମ୍ୟାନ୍ ଓ ସେଠାରେ ଥିବା ଅନ୍ୟ ଓ୍ଵାଚମ୍ୟାନ୍ ରୁଣ୍ଡ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚରିତ୍ରହୀନ ବୋଲି କହିଥିଲେ। ଏହାପରେ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ସେଠାରେ ପହଞ୍ଚି ମୋତେ ପୁଲିସ ଷ୍ଟେସନ ନେବା ପାଇଁ କହିଥିଲେ କିନ୍ତୁ ଏଭଳି ପୋଷାକରେ ମୁଁ ପୁଲିସ ଷ୍ଟେସନ୍ ଯାଇ ପାରିବି ନାହିଁ ବୋଲି କହିଥିଲି ଏହାପରେ ବି ସେମାନେ ମୋତେ ବାଧ୍ୟ କରି ଚାଲିଥିଲେ, ତାଙ୍କ ସହ କୌଣସି ମହିଳା କନେଷ୍ଟବଳ ବି ନଥିଲେ। ଏଥିରେ ମୁଁ ବିରକ୍ତ ହୋଇ ଯାଇଥିଲି, ମୋର ମୁଣ୍ଡ କାମ କରି ନଥିଲା, ରାଗରେ ମୁଁ ମୋର ପୋଷାକ ଖୋଲି .ଦେଇଥିଲି। ଏଭଳି ପରିସ୍ଥିତରେ ମୋର ହତ୍ୟା କିମ୍ବା ଦୁଷ୍କର୍ମର ଅନେକ ସମ୍ଭାବନା ଥିଲା।’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/megha.jpg)