କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କର ମୃତଦେହ ହରିଆଣାର ଏକ ନାଳରୁ ଉଦ୍ଧାର କରାଯାଇଛି । ପୋଲିସର ସୂଚନା ମୁତାବକ ଦିବ୍ୟାଙ୍କ ଶବ ଟୋହନା ନାଳରୁ ଉଦ୍ଧାର ହୋଇଛି । ଶବ ଟି ଦିବ୍ୟାଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏବେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।

Advertisment

ପୋଲିସର ସୂଚାନ ମୁତାବକ ଦିବ୍ୟାଙ୍କର ଶବ ପ୍ରଥମେ ପଞ୍ଜାବର ଏକ ନାଳରେ ପକାଇ ଦିଆଯାଇଥିଲା । ତାହା ପାଣିରେ ଭାସି ଭାସି ଯାଇ ହରିଆଣାର ଏକ ନାଳରେ ପହଂଚିଥିଲା । ଶବ ପାଇବାକୁ ପୋଲିସ ପଞ୍ଜାବର ହରିଆଣା ପର୍ଯ୍ୟନ୍ତ ସେହି ନାଳ ରାସ୍ତାରେ ସନ୍ଧାନ କରିଥିଲା । ପରେ ଶବକୁ ଟୋହନା ନାଳରୁ ଉଦ୍ଧାର କରାଯାଇଛି । ସୂଚନା ଥାଉକି କିଛିଦିନ ତଳେ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଏକ ଜାତୀୟ ଖବର ଭାବେ ବେଶ ପ୍ରଚାରିତ ହୋଇଥିଲା । ଏହି ମାମଲାରେ ବଲରାଜକୁ ଗିରଫ କରାଯିବା ପରେ ଧିରେ ଧିରେ ସମସ୍ତ ତଥ୍ୟ ଖୋଲିବାରେ ଲାଗିଛି ।

ମଡେଲ ଦିବ୍ୟା ପାହୂୁଜାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ବଲରାଜକୁ କ୍ରାଇମବ୍ରାଞ୍ଚ ତରଫରୁ ଗୁରୁବାର ଦିନ ପଶ୍ଚିମବଙ୍ଗରୁ ଗିରଫ କରିଥିଲା । ବଲରାଜ ରବି ବାଂଗା ସହ ଦିବ୍ୟା ପାହୁଜାଙ୍କ ଶବକୁ ବିଏମଡବ୍ଲ୍ୟୁ କାରରେ ନେଇ ନାଳରେ ପକାଇଥିଲା ।