କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଆଦର୍ଶ ଆଚାର ସଂହିତା ମଧ୍ୟ ଲାଗୁ ହୋଇଯାଇଛି । ତେଣୁ ଏବେ ସରକାର ମୋରବୀ ଝୁଲାପୋଲ ଦୁର୍ଘଟଣାରେ କୌଣସି ଅଧିକାରୀଙ୍କ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନେବେ, ତେବେ ଏଥିପାଇଁ ସରକାରକୁ ପ୍ରଥମେ ନିର୍ବାଚନ ଆୟୋଗଠୁ ଅନୁମତି ଆଣିବାକୁ ପଡିବ । ତେବେ ମିଳିଥିବା ସୂଚନା ମୁତାବକ, ମୋରବୀ ଦୁର୍ଘଟଣାର ତଦନ୍ତ ପାଇଁ ଯେଉଁ ନିର୍ଣ୍ଣୟ ନିଆଯାଇଛି, ସେଥିରେ ନିର୍ବାଚନର କୌଣସି ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି ।

Advertisment

ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣା ସହିତ ଆଦର୍ଶ ଆଚାର ସଂହିତା ଲାଗୁ କରାଯାଇଛି । ତେବେ ମୋରବୀ ଘଟଣାରେ କିନ୍ତୁ ଏସଆଇଟି ନିଜର ତଦନ୍ତ ଜାରି ରଖିବ । ଯଦି କୌଣସି ଅଧିକାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଏଥିପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି ନେବାକୁ ପଡିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୧ ଓ ୫ରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ । ଗୁଜରାଟ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ପ୍ରେସମିଟରେ ଏନେଇ ତାରିଖ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୪ ନାମାଙ୍କନର ଶେଷ ଦିନ ରହିଛି । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନଭେମ୍ବର ୧୭ ନାମାଙ୍କନର ଶେଷ ଦିନ ରହିଛି । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ ହେବ । ଡିସେମ୍ବର ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହେବ । ୨୦୨୩ ଫେବ୍ରୁଆରୀ ୧୮ରେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।