ସରିଲା ନିର୍ବାଚନ , ଆଚରଣବିଧି ଉଠାଇଲେ ନିର୍ବାଚନ କମିଶନ ।

235

କନକ ବ୍ୟୁରୋ: ଦେଶରୁ ଉଠିଲା ଲାଗୁ ହେଲା ଆଦର୍ଶ ଆଚରଣବିଧି । ଚଳିତ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାରୁ ଆଦର୍ଶ ଆଚରଣବିଧି ଉଠିଲା । ସମସ୍ତ କ୍ଷେତ୍ର ପାଇଁ ଆଜି ବିଧିବଦ୍ଧଭାବେ ଆଚରଣବିଧି ଉଠାଇଲେ ନିର୍ବାଚନ କମିଶନ । ଚଳିତଥର ଲୋକସଭା ନିର୍ବାଚନ ସହ ୪ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ଯେଉଁଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ୍ ଭଳି ରାଜ୍ୟରେ ହୋଇଥିଲା ବିଧାନସଭା ନିର୍ବାଚନ ।

ଅନ୍ୟପଟେ ଗତ ମାର୍ଚ୍ଚ ୧୦ ତାରିଖରୁ ଏହି ସବୁ ରାଜ୍ୟ ସହ ବିଭିନ୍ନ ରାଜ୍ୟର ସଂସଦୀୟ କ୍ଷେତ୍ରରେ ଲାଗୁ କରାଯାଇଥିବା ଆଦର୍ଶ ଆଚରଣବିଧିକୁ ହଟାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ନିର୍ବାଚନ କମିଶନ ସୋସିଆଲ ମିଡ଼ିଆ ଉପରେ ଆଦର୍ଶ ଆଚରଣବିଧି କଟକଣା ମଧ୍ୟ ଲଗାଇଥିଲେ ।