କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିସନର । ବିଶ୍ୱର ସବୁଠୁ ବଡ ନିର୍ବାଚନ, କିଭଳି ହିଂସାମୁକ୍ତ ହେବ ଏହାଉପରେ ଜୋର୍ ଦେଇଛନ୍ତି ନିର୍ବାଚନ କମିଶନର । ତେଣୁ ହିଂସାକୁ ରୋକିବାକୁ ହେଲେ ଫୋର-ଏମ ଉପରେ ଗୁରୁତ୍ୱ ଦେଇଛନ୍ତି ।
୪ ‘ଏମ୍’
ମସଲ୍, ମନି, ମିସ ଇନଫରମେସନ୍, ମଡେଲ୍ କୋଡ୍ ଭାଓଲେସନ
ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି -
ନିର୍ବାଚନ ସମୟରେ ହିଂସାର କୌଣସି ସ୍ଥାନ ନାହିଁ
ହିଂସା ସମ୍ପର୍କିତ କୌଣସି ଅଭିଯୋଗ ୧୦୦ ମିନିଟରେ ସମାଧାନ ହେବ
ସେହିପରି ନିର୍ବାଚନ ସମୟରେ ବ୍ୟକ୍ତିଗତ ଆକ୍ଷେପ ନକରିବାକୁ କୁହାଯାଇଛି
ଖବର ପ୍ରସାରଣ ବେଳେ ସତର୍କ ରହିବାକୁ କୁହାଯାଇଛି
ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସୁହାଇବା ଭଳି ଖବର ପ୍ରସାରଣ ହେବା ଅନୁଚିତ
ସୋସିଆଲ ମିଡିଆ ବ୍ୟବହାର ବେଳେ ରାଜନୈତିକ ଦଳ ଦାୟିତ୍ୱବାନ ହେବା ଉଚିତ
ମିଛ ଖବର ପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ନିର୍ବାଚନ ବେଳେ ହିଂସାମୁକ୍ତ ନିର୍ବାଚନ ସହିତ ଦାଗୀ ନେତାଙ୍କ ଉପରେ ନଜର ରଖିବେ ନିର୍ବାଚନ କମିଶନ । ଯେଉଁ ଦଳ ସଂପୃକ୍ତ ନେତାଙ୍କୁ ପ୍ରାର୍ଥୀ କରିବେ ତିନି ଥର ଟିଭି ଏବଂ ଖବରକାଗଜରେ ବିଜ୍ଞାପନ ଦେବାକୁ ହେବ । ଏବଂ କେଉଁ କାରଣ ପାଇଁ ପ୍ରାର୍ଥୀ କରିଛି ଦଳ ତାର କାରଣ ଦର୍ଶାଇବେ ରାଜନୈତିକ ଦଳ । ଟଙ୍କା କାରବାର ଠାରୁ ଆରମ୍ଭ କରି ମାଗଣା ବଂଟନ ଉପରେ ଅଙ୍କୁଶ ଲଗାଯାଇଛି ।
ଆଦର୍ଶ ଆଚରଣ ବିଧି
କେବଳ ପ୍ରସଙ୍ଗ ଭିତ୍ତିକ ହେବ ପ୍ରଚାର
ଘୃଣା ସୃଷ୍ଟି କଲା ଭଳି ଭାଷଣ ଦେବା ମନା
କୌଣସି ଜାତି କିମ୍ବା ଧର୍ମ ଭିତ୍ତିରେ ଭୋଟ ଅପିଲ୍ ମନା
ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରାଯାଇପାରିବନି
ମିଛ ଏବଂ ବିଭ୍ରାନ୍ତିକର ବିଜ୍ଞାପନ ଦେବା ଉପରେ ଅଙ୍କୁଶ
ବିଜ୍ଞାପନକୁ ଖବର ରୂପେ ପ୍ରସାରଣ କରିହେବ ନାହିଁ
ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅପମାନିତ ସୋସିଆଲ ମିଡିଆ ପୋଷ୍ଟ ଉପରେ ପ୍ରତିବନ୍ଧକ
ଶୃଙ୍ଖଳା ବଜାୟ ରଖିବା ପାଇଁ ଷ୍ଟାର ପ୍ରଚାରକଙ୍କ ଉପରେ ଦାୟିତ୍ୱ
ଭୋଟ ପାଇଁ ଟଙ୍କା କାରବାର ଓ ମାଗଣା ବାଂଟିବା ମନା
ବେଆଇନ ଅନଲାଇନ୍ ଟଙ୍କା ଟ୍ରାନ୍ସଫର, ପେମେଂଟ ୱାଲେଟର ସନ୍ଦେହଜନକ କାରବାର ଉପରେ କଡ଼ା ନଜର
ନିର୍ବାଚନରେ ଡିଜିଟାଲ ମିଡିଆ ପ୍ରଚାରର ବଡ ଭୂମିକା ଗ୍ରହଣ କରୁଛି । ତେଣୁ ସୋସିଆଲ ମିଡିଆରେ କୌଣସି ପ୍ରସଙ୍ଗରେ ଗୁଜବ ପ୍ରସାରିତ ହେଲେ ଏହାକୁ ସେୟାର ନ କରି ମିଛ ଖବର ଉପରେ ରୋକ୍ ଲଗାଇବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ନିବ ର୍ାଚନ କମିସନ ।