ଉଠିଲା ଆଦର୍ଶ ଆଚରଣ ବିଧି କଟକଣା: ଏଣିକି ହୋଇପାରିବ ଅଟକି ରହିଥିବା ଏହି ସମସ୍ତ କାମ

Advertisment
ଉଠିଲା ଆଦର୍ଶ ଆଚରଣ ବିଧି କଟକଣା: ଏଣିକି ହୋଇପାରିବ ଅଟକି ରହିଥିବା ଏହି ସମସ୍ତ କାମ

କନକ ବ୍ୟୁରୋ: ୨୦୧୯ ନିର୍ବାଚନର ଫଳାଫଳ ଆସିବା ପରେ ହିଁ ମଡେଲ କୋର୍ଡ ଅଫ କଣ୍ଡକ୍ଟ ତଥା ଆଦର୍ଶ ଆଚରଣ ସଂହିତା ଉଠିଛି । ଏଥିସହିତ ହିଁ ବର୍ତ୍ତମାନ ସେ ସମସ୍ତ କାମ ହୋଇପାରିବ, ଯାହା ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲାଗୁକରାଯାଇଥିଲା । ଏବେଠାରୁ ସମସ୍ତ ସରକାରୀ ଯୋଜନାଗୁଡିକର କାମକାର୍ଯ୍ୟର ପ୍ରଚରା ତଥା ପ୍ରସାର ପୂର୍ବଭଳି ଜାରି ରହିବ । ସେହିଭଳି ନିର୍ବାଚନରେ ବିଜୟ ହାସଲ କରିଥିବା ଉଭୟ ନେତା ଏବଂ ରାଜନୈତିକ ଦଳମାନେ ଜନତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ହୋଡିଂ, ବ୍ୟାନର ଏବଂ ପୋଷ୍ଟର ଲଗାଇପାରିବେ । କାହିଁକି ନା ଆଚର ସଂହିତା ଲାଗୁହେବା ସମୟରେ ଏହି କାମ ଗୁଡିକ ଉପରେ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ଆଚାର ସଂହିତା ଉଠିବା ପରେ କେଉଁସବୁ କାମକାର୍ଯ୍ୟ ହୋଇପାରିବ ତାହା ସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ..

ନୂତନ ସାର୍ବଜନିକ କାର୍ଯ୍ୟ ପାଇଁ ସ୍ୱୀକୃତି ମିଳିବ

ସରକାରଙ୍କ ଉପଲବ୍ଧି ଥିବା ହୋଡିଂ, ବ୍ୟାନର, ପୋଷ୍ଟର ଲଗାଯାଇପାରିବ

ବିଭିନ୍ନ ସରକାରୀ ଭବନଗୁଡିକରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜନୈତିକ  ବ୍ୟକ୍ତିମାନଙ୍କର ଫଟୋ ଛପାଯାଇପାରିବ

ନିର୍ବାଚନ କ୍ଷେତ୍ରରେ ଦଳୀୟ ସଭା ତଥା ରାଲି ହୋଇପାରିବ

ସରକାରୀ ଗାଡିମାନଙ୍କରେ ସାଇରନ ବଜାଇପାରିବେ

 ସରକାରଙ୍କ ଉପଲବ୍ଧି ସଂପର୍କିତ ବିଜ୍ଞାପନ ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଦେଖାଯାଇପାରିବ

ସୋସିଆଲ ମିଡିଆ ପୋଷ୍ଟ ଉପରେ ବି କୌଣସି ପ୍ରକାରର ପ୍ରତିବନ୍ଧକ ଲାଗିବନି

ଜମିଜମା ପାସ କରିବା ପାଇଁ ନୂଆଁ  ଆବେଦନ ନିଆଯିବ

publive-image

ଆଚାର ସଂହିତା ଲାଗୁ ହେବା ପରେ ବି ଜାରି ଥିଲା ଏହି କାମ

ପେନସନ ସଂପର୍କିତ କାମ

 ଆଧାର କାର୍ଡ ପ୍ରସ୍ତୁତି

ଜାତିଗତ ପ୍ରମାଣପତ୍ର ତିଆରି କରିବା

 ବିଜୁଳୀ-ପାଣି ସଂପର୍କିତ କାମ

 ସ୍ୱଚ୍ଛତା ସଂପର୍କିତ କାମ

ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ନେବା

publive-image

ଉଲ୍ଲେଖା ଥାଉ କି, ନିର୍ବାଚନ ଆୟୋଗ ପକ୍ଷରୁ ଆଚାର ସଂହିତା ଲାଗୁ ହେବା ପରେ ଏହାର ଉଲ୍ଲଘଂନ ନେଇ ଅଭିଯୋଗ ଲାଗି ହେଲପଲାଇନ ନମ୍ବର ୧୦୯୫ ଜାରି କରାଯାଇଥିଲା । ନିର୍ବାଚନ  ଆୟୋଗ ଦାବି କରିଥିଲା କି ଅଭିଯୋଗର ମାତ୍ର ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ସରକାର ମତଦାତାଙ୍କୁ ପ୍ରଲୋଭିତ କରିବା ଭଳି ସେଭଳି କୌଣସି ଘୋଷଣାନାମା ଜାରିକରିପାରିବେ ନାହିଁ । ତେବେ ନିର୍ବାଚନ ଆଚାର ସଂହିତାର ପାଳନ ପ୍ରତ୍ୟେକ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ପାଇଁ  ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାର ଉଲ୍ଲଘଂନ କରିବା ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ ।  ଏପରିକି ନିର୍ବାଚନ ଲଢିବା ଉପରେ ବି ରୋକ ଲଗାଯିବା ସହ ପ୍ରାର୍ଥୀଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe