କନକ ବ୍ୟୁରୋ: ରଥଟଣାକୁ ନେଇ ପୁଲିସ ପକ୍ଷରୁ କରାଯାଇଛି ପୋଲିସ ରିଜର୍ଭ ପଡ଼ିଆରେ ମକଡ୍ରିଲ । ଏଡିଜି ନିଜେ ଏହି ମକଡ୍ରିଲ ସମୀକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ଭଳି ଅବିକଳ ରଥଯାତ୍ରାର ଡେମୋ କରାଯାଇଛି । ସୁରକ୍ଷିତ ରଥଟଣା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଭ୍ୟାସ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ପୋଲିସ ଓ ପାରା ମିଲିଟାରୀ ଫୋର୍ସ ।
ଅନ୍ୟପଟେ ଅଣସର ଘରେ ସୁସ୍ଥ ପରେ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି । ଆସନ୍ତାକାଲି ସକାଳୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କରିବେ ଭକ୍ତ । ଦତ ମହାପାତ୍ର ସେବାୟତଙ୍କ ଦ୍ୱାରା ଏହି ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ରହିଥିବାରୁ ସକାଳ ୬ଟାରେ ଚକାଅପସର, ୬ଟା ୧୦ରେ ମଙ୍ଗଳ ଆଳତୀ, ମଇଲମ, ଅବକାଶ ଓ ସାଢ଼େ ୭ଟାରେ ଦଶଅବତାର ଠାକୁର ବାହୁଡ଼ା ବିଜେ, ସକାଳ ୮ଟାରେ ଅଣସର ତାଟି ଓ ପଟିଦିଅଁ ବିସର୍ଜନ ତାପରେ ଆରମ୍ଭ ହେବ ଭିତରକାଠ ନିକଟରେ ପରମାଣିକ ଦର୍ଶନ ୯ଟା ପର୍ୟ୍ୟନ୍ତ ହେବ । ଏବଂ ୯ଟା ଠାରୁ ୧୧ ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ ।