ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଆଜି ସୁରକ୍ଷା ଯାଂଚ କରିବ ଏନଏସଜି : ୫ଜଣିଆ ଏନଏସଜି ଟିମକୁ ସହାୟତା କରିବେ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍

 ମନ୍ଦିର ଚାରିପଟେ ଉଚ୍ଛେଦ ପରେ ହେବ ସୁରକ୍ଷା ବ୍ୟବସ୍ଥାର ଯାଂଚ

162

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏଥିପାଇଁ ଏନଏସଜିର ଏକ ୫ଜଣିଆ ଟିମ୍ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ।

ସୂଚନା ଅନୁସାରେ, ଟିମର ସଦସ୍ୟମାନେ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି । ଆଜି ପୂର୍ବାହ୍ନରେ ମକଡ୍ରିଲ କରିବା ନେଇ ସୂଚନା ରହିଛି । ଅଭ୍ୟାସ ବେଳେ କମିଶନରେଟ ପୋଲିସର ପୂର୍ଣ୍ଣ ସହଯୋଗ ରହିବ । ପୁଲିସର ସ୍ୱତନ୍ତ୍ର ଟିମ୍ ଅଭ୍ୟାସରେ ସାମିଲ ହେବ । ଏଥିରେ ବଛା ବଛା ଅଫିସର ରହିବେ । ଶ୍ରୀଲିଙ୍ଗରାଜ ଥାନାର ଅଧିକାରୀମାନେ ମଧ୍ୟ ଅଭ୍ୟାସ କରିବେ । ରାଜ୍ୟ ପୁଲିସ ମୁଖ୍ୟାଳୟ ଆଇଜି ଅମିତାଭ ଠାକୁର ନୋଡାଲ୍ ଅଧିକାରୀ ଭାବରେ ଏନଏସଜିର ଏହି ମକଡ୍ରିଲ ତଦାରଖ କରିବେ । ଏହା ପରେ ଆସନ୍ତା ୧୮ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରରେ ମକଡ୍ରିଲ କରାଯିବ ।