ସମ୍ଭାବ୍ୟ ବାତ୍ୟା, ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିପର୍ବ : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା ଏବଂ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍

ସମ୍ଭାବ୍ୟ ବାତ୍ୟା, ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତିପର୍ବ : ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା ଏବଂ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍

Source:twitter.com

କନକ ବ୍ୟୁରୋ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛି । ଏହାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରାକ୍ ମୌସୁମୀ ସମ୍ଭାବ୍ୟ ବାତ୍ୟା, ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଏହି ଉଦ୍ଦେଶ୍ୟରେ ଆସନ୍ତା ୧୯ ତାରିଖରେ ରାଜ୍ୟର ସବୁ ଜିଲ୍ଲା ଏବଂ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କରାଯିବ। ସମ୍ଭାବ୍ୟ ବାତ୍ୟା, ବନ୍ୟାରେ ସରକାରଙ୍କ ନୀତି ଅନୁଯାୟୀ ମୃତ୍ୟୁସଂଖ୍ୟା ‘ଶୂନ’ ରଖିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ୍ ମୌସୁମୀ ସମ୍ଭାବ୍ୟ ବାତ୍ୟା, ବନ୍ୟା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମର ସମୀକ୍ଷା ହୋଇଥିଲା। ଏ ଦିଗରେ ସମସ୍ତ ବିଭାଗ ଶତ ପ୍ରତିଶତ ପ୍ରସ୍ତୁତି ଜାରି ରଖିବାକୁ ସେ ନିର୍ଦେଶ ଦେଇଥିଲେ। ବାତ୍ୟା ଓ ବନ୍ୟା ସମ୍ବନ୍ଧିତ ସତର୍କ ସୂଚନାକୁ ଅଧିକ ସ୍ଥାନ ଓ ସମୟ ନିର୍ଦିଷ୍ଟ କରିବାକୁ ଭାରତୀୟ ପାଣିପାଗ ବିଭାଗ ନିର୍ଦେଶକଙ୍କୁ ସେ ପରାମର୍ଶ ଦେଇଥିଲେ। ପ୍ରସ୍ତୁତି ଅନୁଯାୟୀ ପ୍ରାକ୍ ମୌସୁମୀ କାଳରେ ସମସ୍ତ ଜରୁରୀକାଳୀନ ଯନ୍ତ୍ରପାତିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯିବ। ବନ୍ୟା, ବାତ୍ୟା ଆସିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆସନ୍ନପ୍ରସବା ମହିଳାଙ୍କୁ ମା’ଘରକୁ ସ୍ଥାନାନ୍ତର କରାଯିବ।

ସେହିପରି ଜରୁରୀ ପରିସ୍ଥିତିରେ ଯେପରି ଛୋଟ ବଡ଼ କ୍ରେନ୍, ଜେସିବି ପ୍ରସ୍ତୁତ ରହି କାର୍ଯ୍ୟରେ ନିୟୋଜିତ ହୋଇପାରିବ, ସେ ନେଇ ପଦକ୍ଷେପ ଏବେଠାରୁ ନେବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କରେ ରହିଥିବା ବଡ଼ ବଡ଼ ସରଞ୍ଜାମକୁ ଆଗୁଆ ଠାବ କରି ସେଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ ପରାମର୍ଶ ଦେଇଥିଲେ।ସୂଚନାନୁସାରେ ,ଓଡ୍ରାଫ ୟୁନିଟ୍ ସଂଖ୍ୟା ୨୦କୁ ବୃଦ୍ଧି କରାଯାଇଛି । ୧୦୭୦ ଟୋଲ୍-ଫ୍ରି ନମ୍ବର ଏବଂ ଜିଲ୍ଲାସ୍ତରରେ ୧୦୭୭ ଟୋଲ୍-ଫ୍ରି ନମ୍ବର ଜରୁରୀକାଳୀନ କେନ୍ଦ୍ରମାନଙ୍କରେ ସ୍ଥାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe