ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ସମ୍ବଲପୁରରେ ମକ୍ ଡ୍ରିଲ

25

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଆଜି ମକ୍ ଡ୍ରିଲ କରାଯାଇଛି । ରାଜ୍ୟର ୩୦ ଜିଲ୍ଲାରେ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ନେଇ ମକ୍ ଡ୍ରିଲ କରାଯାଇଛି । ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ମକ୍ ଡ୍ରିଲ କରାଯାଇଛି । ଓଡିଶା ବିପର୍ଯ୍ୟୟ ବିଭାଗର ଜେନେରାଲ ମ୍ୟାନେଜର କଳମ ଲୋଚନ ମିଶ୍ର ଏହାର ନେତୃତ୍ୱ ନେଇଥିଲେ । ଜିଲ୍ଲା ପ୍ରଶାସନ, ଏନଜିଓ ଓ ଜନସାଧାରଣ ଉପସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ମକ୍ ଡ୍ରିଲ କରାଯାଇଥିଲା ।