କନକ ବ୍ୟୁରୋ : ଅସ୍ତରଙ୍ଗ ବ୍ଲକରେ ସୁନାମୀ ସଚେତନତା ମକଡ୍ରିଲ । ସାଇରନ ବାଜିଲା, ସୁନାମୀ ଭୟରେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଦୌଡିଲେ ଲୋକେ । ସୁନୀ ପୂର୍ବରୁ କେମିତି ସତର୍କ ରହିବେ ସେ ସଂପର୍କରେ ମକଡ୍ରିଲ କରାଯାଇଛି । ଇଣ୍ଡିଆନ ଓସେନ ସୁନାମୀ ପ୍ରୋଗ୍ରାମ ଓଷଡମା ପକ୍ଷରୁ ଅସ୍ତରଙ୍ଗ ବ୍ଲକର ୬ଟି ଗାଁରେ ସୁନାମୀ ମକଡ୍ରିଲ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଅଧିକାରୀମାନେ ଆସି ଲୋକଙ୍କୁ ସୁନାମୀ ସଂପର୍କରେ ଅଧିକ ସୂଚନା ଦେଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ସମୁଦ୍ର ମଧ୍ୟରେ ସୁନାମୀ ଆସିବା ପୂର୍ବରୁ କ’ଣ ଲକ୍ଷଣ ଦେଖାଦିଏ, ଲକ୍ଷଣ ଦେଖାଯିବାର କେତେ ସମୟ ମଧ୍ୟରେ ସୁନାମୀ ଆସିଥାଏ ସେ ସଂପର୍କରେ ଓଷଡମାର ଅଧିକାରୀମାନେ ବୁଝାଇଛନ୍ତି । ସୁନାମୀ ଆସିବା ପୂର୍ବରୁ ଅସ୍ତରଙ୍ଗ ଅଂଚଳରେ ଲାଗିଥିବା ସାଇରନ ଟାୱାର ମାଦ୍ୟମରେ କିପରି ଲୋକଙ୍କୁ ସୁଚନା ଦିଆଯିବ, ତାର ଏକ ମକଡ୍ରିଲ କରାଯାଇଥିଲା । ସାଇରନ ବାଜିବା ମାତ୍ରେ ଲୋକେ କିଭଳି ଦରକାରୀ କାଗଜପତ୍ର ଧରି ଜୀବନ ବଂଚାଇବାକୁ ଉପକୂଳ ଠାରୁ ୨ କିମି ଦୂରକୁ ଚାଲିଯିବେ ତାର ଡେମୋ ଦେଖାଇ ସଚେତନ କରାଯାଇଛି ।
ଓଡିଶାର ୬ଟି ଜିଲ୍ଲାର ୩୩ଟି ଗ୍ରାମକୁ ସୁନାମୀ ପ୍ରବଣ ଅଂଚଳ ଭାବେ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ଅସ୍ତରଙ୍ଗ ବ୍ଲକର ୬ଟି ଗାଁ ବଡଶିରେଇ, ବେଳଙ୍ଗ, ଛେନୁ, ତଣ୍ଡାଘର, ଉଦୟକଣୀ ଓ କଟକଣା ଗାଁକୁ ସୁନାମୀ ଭୟ ରହିଛି । ସେଥିପାଇଁ ପ୍ରତେକ ବର୍ଷ ଅକ୍ଟୋବର ୪ ତାରିଖକୁ ସୁନାମୀ ଦିବସ ଭାବେ ପାଳନ କରାଯାଇ ଲୋକଙ୍କ ସଚେତନା କରାଯାଉଛି ।