କନକ ବ୍ୟୁରୋ : ଅସ୍ତରଙ୍ଗ ବ୍ଲକରେ ସୁନାମୀ ସଚେତନତା ମକଡ୍ରିଲ । ସାଇରନ ବାଜିଲା, ସୁନାମୀ ଭୟରେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଦୌଡିଲେ ଲୋକେ । ସୁନୀ ପୂର୍ବରୁ କେମିତି ସତର୍କ ରହିବେ ସେ ସଂପର୍କରେ ମକଡ୍ରିଲ କରାଯାଇଛି । ଇଣ୍ଡିଆନ ଓସେନ ସୁନାମୀ ପ୍ରୋଗ୍ରାମ ଓଷଡମା ପକ୍ଷରୁ ଅସ୍ତରଙ୍ଗ ବ୍ଲକର ୬ଟି ଗାଁରେ ସୁନାମୀ ମକଡ୍ରିଲ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଅଧିକାରୀମାନେ ଆସି ଲୋକଙ୍କୁ ସୁନାମୀ ସଂପର୍କରେ ଅଧିକ ସୂଚନା ଦେଇଥିଲେ ।

Advertisment

ସମୁଦ୍ର ମଧ୍ୟରେ ସୁନାମୀ ଆସିବା ପୂର୍ବରୁ କ'ଣ ଲକ୍ଷଣ ଦେଖାଦିଏ, ଲକ୍ଷଣ ଦେଖାଯିବାର କେତେ ସମୟ ମଧ୍ୟରେ ସୁନାମୀ ଆସିଥାଏ ସେ ସଂପର୍କରେ ଓଷଡମାର ଅଧିକାରୀମାନେ ବୁଝାଇଛନ୍ତି । ସୁନାମୀ ଆସିବା ପୂର୍ବରୁ ଅସ୍ତରଙ୍ଗ ଅଂଚଳରେ ଲାଗିଥିବା ସାଇରନ ଟାୱାର ମାଦ୍ୟମରେ କିପରି ଲୋକଙ୍କୁ ସୁଚନା ଦିଆଯିବ, ତାର ଏକ ମକଡ୍ରିଲ କରାଯାଇଥିଲା । ସାଇରନ ବାଜିବା ମାତ୍ରେ ଲୋକେ କିଭଳି ଦରକାରୀ କାଗଜପତ୍ର ଧରି ଜୀବନ ବଂଚାଇବାକୁ ଉପକୂଳ ଠାରୁ ୨ କିମି ଦୂରକୁ ଚାଲିଯିବେ ତାର ଡେମୋ ଦେଖାଇ ସଚେତନ କରାଯାଇଛି ।

ଓଡିଶାର ୬ଟି ଜିଲ୍ଲାର ୩୩ଟି ଗ୍ରାମକୁ ସୁନାମୀ ପ୍ରବଣ ଅଂଚଳ ଭାବେ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ଅସ୍ତରଙ୍ଗ ବ୍ଲକର ୬ଟି ଗାଁ ବଡଶିରେଇ, ବେଳଙ୍ଗ, ଛେନୁ, ତଣ୍ଡାଘର, ଉଦୟକଣୀ ଓ କଟକଣା ଗାଁକୁ ସୁନାମୀ ଭୟ ରହିଛି । ସେଥିପାଇଁ ପ୍ରତେକ ବର୍ଷ ଅକ୍ଟୋବର ୪ ତାରିଖକୁ ସୁନାମୀ ଦିବସ ଭାବେ ପାଳନ କରାଯାଇ ଲୋକଙ୍କ ସଚେତନା କରାଯାଉଛି ।