ହଠାତ୍ ନିଆଁ ଲାଗିଗଲେ କଣ କରିବେ? ମକ୍ ଡ୍ରିଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରଶମନ ପାଠ ପଢାଇଲେ ଅଗ୍ନିଶମ ଅଧିକାରୀ

Advertisment
ହଠାତ୍ ନିଆଁ ଲାଗିଗଲେ କଣ କରିବେ? ମକ୍ ଡ୍ରିଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରଶମନ ପାଠ ପଢାଇଲେ ଅଗ୍ନିଶମ ଅଧିକାରୀ

କନକ ବ୍ୟୁରୋ : ଯାଜପୁର ଜିଲ୍ଳା ଜନକଲ୍ୟାଣ ହାଇସ୍କୁଲରେ ଅଗ୍ନିଶମ ଅଧିକାରୀ ଛାତ୍ର/ଛାତ୍ରୀଙ୍କୁ ପଢାଇଲେ ନିଆଁକୁ ଆୟତ କରିବାର କୌଶଳ । ଶ୍ରେଣୀ ଗୃହରେ ଦେଲେ ବିପର୍ଯ୍ୟୟ ପ୍ରଶମନର ବାର୍ତା । ସ୍କୁଲ ପରିସରରେ ମକଡ୍ରିଲ କରି ଦେଖାଇଲେ କଳା କୌଶଳ । ପିଲାମାନେ କହିଲେ ଗାଁରେ, ଘରେ ପ୍ରଚାର କରିବୁ ନିଆଁକୁ ଆୟତ କରିବାର ତରିକା, ବିପର୍ଯ୍ୟୟ ମୁକାବିଲା କରିବାର ବାର୍ତା ।

publive-imageସ୍କୁଲରେ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ । ମକ୍ ଡ୍ରିଲ କରି ଛାତ୍ରଛାତ୍ରୀଙ୍କୁ ନିଆଁକୁ ଆୟତ କରିବାର ରଣକୌଶଳ ଦେଖାଇବା ସହ ବିପର୍ଯ୍ୟୟ ପ୍ରଶମନର ପାଠ ପଢାଇଲେ ଅଗ୍ନିଶମ ଅଧିକାରୀ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଜନକଲ୍ୟାଣ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଏଭଳି ମକ ଡ୍ରିଲ ଦେଖାଯାଇଛି । ହଠାତ୍ ଅଗ୍ନିକାଣ୍ଡ ଘଟିଲେ କିଭଳି ନିଆଁକୁ ନିୟନ୍ତ୍ରଣ କରିବା ସହ ଲୋକଙ୍କୁ ଉଦ୍ଧାର କରାଯାଏ ତାର ଝଲକ ଦେଖାଇଛନ୍ତି ଅଗ୍ନିଶମ କର୍ମଚାରୀ ।

ଯାଜପୁର ଜିଲ୍ଳା ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ । ଅଗ୍ନିଶମ ବିଭାଗରେ ୩୧ ବର୍ଷର ଚାକିରି ଭିତରେ ସାଉଂଟିଛନ୍ତି ଅନେକ ତିକ୍ତ ମଧୁର ଅନୁଭୂତି । ଅନେକ ସମୟରେ ଦେବଦୂତ ସାଜି ମରଣ ମୁହଁରୁ ଲୋକଙ୍କୁ ଉଦ୍ଧାର କରି ପ୍ରଶଂସିତ ହୋଇଛନ୍ତି । ଦୁଇ ଦୁଇଥର ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ମଧ୍ୟ ପାଇଛନ୍ତି । ଅଗ୍ନିର ଭୟାବହତା ଓ ପ୍ରାକୃତିକ ବିପର୍ଯ୍ୟୟକୁ ଅତି ନିକଟରୁ ଦେଖିଥବା ପ୍ରଭାକର ବିଭିନ୍ନ ସମୟରେ ସ୍କୁଲ, କଲେଜରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ ଟିମ୍ ସହ ମକ୍ ଡ୍ରିଲ କରିଥାନ୍ତି ।
ନିଆଁର ଭୟାବହତା ସମ୍ପର୍କରେ ବୁଝାଇବା ସହ ରଣକୌଶଳ ଦେଖାଇବା ପାଇଁ ନିଜ ଟିମ୍ ସହ ଚଣ୍ଡିଖୋଲ ଜନକଲ୍ୟାଣ ହାଇସ୍କୁଲରେ ପହଂଚିଥିଲେ ପ୍ରଭାକର । ବିଭିନ୍ନ ସମୟରେ ଅଗ୍ନି ବିପତି ଓ ବିପର୍ଯ୍ୟୟରେ ଧନଜୀବନ ନଷ୍ଟ ହେଉଥିବା ବେଳେ ଅଗ୍ନିଶମ ଅଧିକାରୀଙ୍କ ଏହି ଉଦ୍ୟମ ଅନେକଙ୍କୁ ରକ୍ଷା କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe