ସମୁଦ୍ରରେ ବଳ ଗୋଟାଉଛି ‘ମୋକା’, ଆସନ୍ତାକାଲି ସୁଦ୍ଧା ନେଇପାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ

1,501

କନକ ବ୍ୟୁରୋ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଧୀରେ ଧୀରେ ଆଗକୁ ବଢୁଛି ‘ମୋକା’ । ଆଗକୁ ବଢ଼ିବା ସହ ଅଧିକ ଘନିଭୂତ ହେବାରେ ଲାଗିଛି ।
ମେ’ ୧୧ ତାରିଖ ମଧ୍ୟରାତି ସୁଦ୍ଧା ନେଇପାରେ ଅତି ଭୀଷଣ ବାତ୍ୟାର ରୂପ
ଦିଗ ବଦଳାଇବା ସହ ବାଂଲାଦେଶ-ମିଆଁମାର ମୁହାଁ ହୋଇପାରେ ବାତ୍ୟା
ସମୁଦ୍ର ଭିତରେ ବହିପାରେ ଘଣ୍ଟା ପ୍ରତି ୧୩୫ କି.ମି. ବେଗରେ ପବନ
ମେ’ ୧୨ ତାରିଖରେ ପବନର ବେଗ ବଢ଼ିବା ଆଶଙ୍କା
ମେ’ ୧୩ ତାରିଖରୁ ଧୀରେ ଧୀରେ ଦୁର୍ବଳ ହେବ ବାତ୍ୟା
ମେ’ ୧୪ ତାରିଖ ପୂର୍ବାହ୍ଣରେ ସ୍ଥଳଭାଗ ଛୁଇଁବା ଆଶଙ୍କା
ଦକ୍ଷିଣ-ପୂର୍ବ ବାଂଲାଦେଶ ଓ ଉତ୍ତର ମିଅାଁମାର ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

ବାତ୍ୟା ସମୟରେ ରାଜ୍ୟରେ ତାତି ବଢୁଛି । ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଜି ମଧ୍ୟ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଏପରି ଗୁଳୁଗୁଳି ପାଗ ଜାରି ରହିବ ବୋଲି ପାଣାପାଗ ବିଭାଗ ଆକଳନ କରିଛି । ବାତ୍ୟା ସମୟରେ ତାତି କାହିଁକି ବଢୁଛି, ନଜର ପକାଇବା ଏ ନେଇ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ ।

ବାତ୍ୟା ସମୟରେ ସ୍ଥଳଭାଗରୁ ବାୟୁ ବାତ୍ୟା କେନ୍ଦ୍ରସ୍ଥଳକୁ ପ୍ରବାହିତ ହୋଇଥାଏ
ଉତର-ପଶ୍ଚିମ ଅଂଚଳରୁ ଶୁଷ୍କ ବାୟୁ ଆସୁଥିବାରୁ ତାତି ବଢୁଛି
ଉପକୂଳ ଅଂଚଳରେ ଆଦ୍ରତା ଅଧିକ ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି
ବାଂଲଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ବାତ୍ୟାର ବିଶେଷ ପ୍ରଭାବ ପଡିନପାରେ ବୋଲି କୁହାଯାଉଛି । ଉପକୂଳ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ସମ୍ଭାବନା ରହିଛି।