ଆଉ ରହିବ ନାହିଁ ଏଟିଏମ୍ ଚିନ୍ତା । ସହରାଞ୍ଚଳବାସୀଙ୍କ ଆର୍ଥିକ କାରବାର ପାଇଁ ଛକ ଛକରେ ବୁଲୁଛି ଭ୍ରାମ୍ୟମାଣ ଏଟିଏମ୍ ଭ୍ୟାନ୍ ।

185

କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଗତ ୩ ତାରିଖରୁ ସହରାଞ୍ଚଳରେ ସମସ୍ତ ସେବା ଠପ୍ ହୋଇପଡ଼ିଛି । ଆଉ ଏଭଳି ସ୍ଥିତିରେ ଲୋକମାନଙ୍କୁ ସମସ୍ତ ମୌଳିକ ସୁବିଧା ହାତ ପାହାନ୍ତାରେ ପହଁଚାଇବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଗତାକାଲି ଭ୍ରାମ୍ୟମାଣ ମୋବାଇଲ ସେବା ଆରମ୍ଭ ହୋଇଥିବାବେଳେ ଆଜି ସହରାଞ୍ଚଳରେ ଟଙ୍କା ଲେଣଦେଣ ନେଇ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଆରମ୍ଭ ହୋଇଛି । ଯାହାଦ୍ୱାରା ଲୋକମାନେ ଏହି ସବୁ ଭ୍ରାମ୍ୟମାଣ ଏଟିଏମରୁ ଟଙ୍କା ଉଠାଇ ପାରୁଛନ୍ତି । 

ଫୋନିକୁ ଦୀର୍ଘ ୮ ଦିନ ବିତିଯାଇଛି ଆଉ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ବ୍ୟାଙ୍କ ସେବାରେ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଛି । ହେଲେ ଏବେ ବି ମଧ୍ୟ ସହରାଞ୍ଚଳରେ ଅନେକ ଏଟିଏମ୍ କାର୍ଯ୍ୟକ୍ଷମ କରୁନାହିଁ । ଯେଉଁଥି ପାଇଁ ନଗଦ ଟଙ୍କା ନେଣଦେଣ କରିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ତେଣୁ ଏହି ସମସ୍ୟାରୁ ଟିକେ ଆସ୍ୱସ୍ଥି ଦେବା ପାଇଁ ସହରାଞ୍ଚଳର ବିଭିନ୍ନ ପ୍ରମୁଖ ଛକ ମାନଙ୍କରେ ଅନେକ ବ୍ୟାଙ୍କ ତରଫରୁ ଭ୍ରାମ୍ୟମାଣ ଏଟିଏମ ଗାଡ଼ି ରଖାଯାଇଛି । 

ଅନ୍ୟପଟେ ଏହି ଭ୍ରାମ୍ୟମାଣ ଏଟିଏମ ଗାଡ଼ିକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । ତେବେ ଦୀର୍ଘ ୮ ଦିନଧରି ଅର୍ଥ କାରବାରରେ ନାହିଁନଥିବା ସମସ୍ୟାରେ ପଡ଼ିଥିବା ଲୋକମାନେ ହାତପାହାନ୍ତାରେ ଏହି ବ୍ୟାଙ୍କ ସୁବିଧା ପାଇ ଏଟିଏମ ନିକଟରେ ଲମ୍ବା ଧାଡ଼ି ଲଗାଇ ଅର୍ଥ ନେଣଦେଣ କରୁଛନ୍ତି ।