କନକ ବ୍ୟୁରୋ : ମୋବାଇଲ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏବେ ଆପଣଙ୍କୁ ଟେଲିକମ କମ୍ପାନୀମାନେ ମାସିକ ରିଚାର୍ଜ ବୈଦ୍ଧତା ୨୮ ଦିନ ବଦଳରେ ୩୦ କରିବାକୁ ଯାଉଛନ୍ତି । ଟେଲିକମ ରେଗୁଲେଟରୀ ଅଥରେଟୀ ଅଫ୍ ଇଣ୍ଡିଆ (ଟ୍ରାଇ) ଏନେଇ ଦେଶର ସମସ୍ତ ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ନିର୍ଦ୍ଦେଶରେ କୁହାଯାଇଛି କି, ଟେଲିକମ ଟାରିଫ୍ ୬୬ ଆମାଣ୍ଡମେଣ୍ଟଅର୍ଡର ୨୦୨୨ ମୁତାବକ ଟ୍ରାଇ ଅନେକ ନିଷ୍ପତ୍ତି ଶୁଣାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ନିର୍ଦ୍ଦେଶରେ ପ୍ରଥମେ ରହିଛି ଏବେ ଟେଲିକମ କମ୍ପାନୀମାନେ ୨୮ ଦିନିଆ ରିଚାର୍ଜ ପ୍ଲାନ ପରିବର୍ତ୍ତେ ୩୦ ଦିନିଆ ରିଜାର୍ଚ ପ୍ଲାନ ଘୋଷଣା କରିବାକୁ ବାଧ୍ୟ । ଏହାସହ ଟେଲିକମ କମ୍ପାନୀମାନଙ୍କୁ କୁହାଯାଇଛି କି ସେମାନେ ଏଭଳି ଏକ ପ୍ଲାନ କରନ୍ତୁ ଯାହାଦ୍ୱାରା ଉପଭୋକ୍ତାମାନେ ପହିଲା ତାରିଖରେ ସେମାନଙ୍କ ମୋବାଇଲ ରିଚାର୍ଜ ରିନ୍ୟୁ କରିପାରିବେ ।
ଏନେଇ ଟ୍ରାଇ କହିଛି କି ମୋବାଇଲ ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି କି ସେମାନେ ବର୍ଷକୁ ୧୨ ମାସ ସ୍ଥାନରେ ୧୩ ମାସ ରିଚାର୍ଜ କରିବାକୁ ପଡୁଛି । ଏହାଦ୍ୱାରା ସେମାନେ ଠକାମୀରେ ଶିକାର ହେଉଥିବା କଥା ଟ୍ରାଇ କହିଛି ।
ଟ୍ରାଇର ଏଭଳି ନିର୍ଦ୍ଦେଶ ପରେ ଏହାକୁ ବିରୋଧ କରିଛନ୍ତି ଟେଲିକମ୍ କମ୍ପାନୀମାନେ । ସେମାନେ କହିଛନ୍ତି କି ୨୮ ଦିନ,୨୪ ଦିନ ଓ ୫୪ ଦିନ ପ୍ଲାନ ବଦଳାଇଲେ ସେମାନଙ୍କ ବିଲିଂ ସାଇକେଲରେ ଅନେକ ଅସୁବିଧା ହେବ । ଏହାସହ ପ୍ରତ୍ୟେକ ମାସ ଗୋଟିଏ ତାରିଖ ଓ ଗୋଟିଏ ରାଶି ରିଚାର୍ଜ ଅଫର କରିବା ଟେକ୍ନିକାଲି ସମ୍ଭବ ନୁହେଁ, ଏହା କେବଳ ପୋଷ୍ଟପେଡ ଗ୍ରାହକଙ୍କୁ ଯୋଗାଇ ଦିଆଯାଇ ପାରିବ ।