ତକିଆ ତଳେ ଫୋନ୍ ରଖି ଶୋଇଥିଲେ ମହିଳା , ଜୀବନ ଯାଉ ଯାଉ ରହିଗଲା !

ତକିଆ ତଳେ ଫୋନ୍ ରଖି ଶୋଇଥିଲେ ମହିଳା , ଜୀବନ ଯାଉ ଯାଉ ରହିଗଲା !

Daily Mail

ଅଧିକାଂଶ ଲୋକେ ମୋବାଇଲ୍ ଫୋନ୍ ତକିଆ ତଳେ ରଖି ଶୋଇବାର ଅଭ୍ୟାସ ରଖି ଥାଆନ୍ତି । ରାତିରେ ହ୍ଵାଟସ୍ ଆପ୍, ଫେସବୁକ୍ ଓ େଓ୍ଵବସିରିଜ ଦେଖିଦେଖି ମୋବାଇଲକୁ ସଠିକ୍ ସ୍ଥାନରେ ରଖିବାକୁ ଭୁଲି ଯାଇଥାଆନ୍ତି ତ ଆଉ କିଛି ଲୋକେ ଜାଣିବୁଝି ଫୋନକୁ ତକିଆ ତଳେ ରଖି ଥାଆନ୍ତି । ମାଲେସିଆରେ ବସବାସ କରୁଥିବା ଜଣେ ୫୮ବର୍ଷୀୟ ମହିଳାଙ୍କ ସହିତ ଏମିତି କିଛି ଅଘଟଣ ଘଟିଛି ।

publive-image
ମହିଳା ତାଙ୍କ ମୋବାଇଲ୍ ଫୋନ୍ ତକିଆ ତଳେ ରଖି ଶୋଇଯାଉଛନ୍ତି । ଠିକ୍ ଅଧାଘଣ୍ଟା ପରେ ଅର୍ଥାତ ୪.୩୦ ମିନିଟରେ ତାଙ୍କ ଫୋନ୍ ଆକସ୍ମିକ ଭାବେ ଫାଟିବାର ଶବ୍ଦ ସେ ଶୁଣିବାକୁ ପାଉଛନ୍ତି । ରାତିରେ ଅନ୍ଧାର ହୋଇଥିବାରୁ ମହିଳାଙ୍କୁ କେବଳ ହାଲକା ହାଲକା ନିଆଁ ଥିବା ପାଉଁଶ ଦେଖିବାକୁ ମିଳିଥିଲା । ସେ ଭୟଭୀତ ହୋଇ ବିଛଣାରୁ ଉଠି ଲାଇଟ୍ ଅନ୍ କରିଥିଲେ । ଏହାପରେ ତାଙ୍କ ଫୋନ୍ ବିସ୍ଫୋରଣ ହୋଇ ଚଟାଣରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତକିଆ ଥିବା ହେତୁ ମହିଳାଙ୍କୁ କୌଣସି ଆଘାତ ଲାଗି ନଥିଲା । କିନ୍ତୁ ତକିଆ ପାଖରେ ଥିବା ତାଙ୍କ ହେୟାର କ୍ଲିପ୍ ଜଳି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe