କନକ ବ୍ୟୁରୋ : ଏକ ବଡଧରଣର ମୋବାଇଲ ଲୁଟ ଗ୍ୟାଙ୍ଗକୁ ଧରିଲା ପୁଲିସ । ୧୦୨ଟି ଦାମୀ ମୋବାଇଲକୁ ଜବତ କରାଯାଇଛି । ସହିଦନଗର ଥାନା ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ମୋବାଇଲକୁ ନେଇ ତଦନ୍ତ କରୁଥିଲା । ସହିଦନଗର ପୁଲିସ ଏହି ଲୁଟେରା ଗ୍ୟାଙ୍ଗକୁ ଧରିଛି । ୨ ଜଣଙ୍କୁ ଅଟକ କରାଯାଇଛି । ଅଟକ ୨ ଜଣ ହେଉଛନ୍ତି ଅନୁଗୁଳର । ମୋବାଇଲ ଜବତ ହେବା ପରେ ଅନେକ ଲୋକ ଆସି ଥାନାରୁ ନିଜ ମୋବାଇଲ ନେଇଛନ୍ତି ।

Advertisment

ତଦନ୍ତ ସମୟରେ ପୁଲିସ ଅନଗୁଳ, ଯାଜପୁର, ସମ୍ବଲପୁର ଏବଂ ଢେଙ୍କାନାଳ ଜିଲ୍ଲାରୁ ‘ଭିଭୋ’ କମ୍ପାନି ନିର୍ମିତ ୮୨ଟି ସ୍ମାର୍ଟ ଫୋନ୍‌ ଜବତ କରିଥିଲା। ଏହା ବ୍ୟତିରେକେ, ହଜିଥିବା, ଛଡ଼ାଇ ନିଆଯାଇଥିବା, ଘରୁ ଚୋରି ହୋଇଯାଇଥିବା କଥା ବିଭିନ୍ନ ତାରିଖରେ ଅଭିଯୋଗ ହୋଇଥିବା ଅନ୍ୟ କେତେକ କମ୍ପାନି ନିର୍ମିତ ଆହୁରି ୨୦ଟି ସ୍ମାର୍ଟଫୋନ୍‌ ମଧ୍ୟ ପୁଲିସ ଜବତ କରିଛି ବୋଲି ଆଜି ଏକ ପ୍ରେସ୍‌ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।