କନକ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଘରେ ଚୋରି ଘଟଣା ସାମ୍ନାକୁ ଆସିଛି । ଚୋରି ପରେ ଥାନାରେ ଏତଲା ଦେଇଛନ୍ତି ପୂର୍ବ ଭାରତୀୟ ଅଧିନାୟକ । ଏହି ଚୋରିରେ ଦାଦାଙ୍କ ଘରୁ ଏକ ମୋବାଇଲ ଫୋନ ଚୋରି ହୋଇଛି ଯାହାର ଦାମ୍ ୧ ଲକ୍ଷ ଟଙ୍କାରୁ ଅଧିକ । ଏହି ଦାମୀ ମୋବାଇଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି ଯାହା ବର୍ତ୍ତମାନ ଚିନ୍ତାର ବିଷୟ ।
ମିଳିଥିବା ସୂଚନା ଅନୁସାରେ ଗାଙ୍ଗୁଲିଙ୍କ ଘରେ ଚୋରି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ତାଙ୍କ ଘରେ ରଙ୍ଗ କାମ ଚାଲିଥିଲା । ଏହି ଘଟଣା ଜାନୁଆରୀ ୧୯ ତାରିଖର । ମୋବାଇଲ ନମିଳିବା ପରେ ଦାଦା ଠାକୁରପୁକୁର ପୋଲିସ ଷ୍ଟେସନରେ ଏଫଏଆର ଦେଇଥିଲେ । ଏଫଆଇଆରରେ ଘଟଣା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି ।
ମୋବାଇଲ ଘରେ ଚୋରି ହୋଇଥିବାରୁ ଘରେ କାମ କରୁଥିବା ଲୋକଙ୍କୁ ଏବାବଦରେ ପଚରାଉଚରା କରାଯାଇପାରେ । ମୋବାଇଲର ଦାମ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା । ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେମିତି କି ଫୋନ ନମ୍ବର, ଆକାଉଣ୍ଟ ଡିଟେଲ ଓ ବ୍ୟକ୍ତିଗତ ତଥ୍ୟ ବି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/article-l-2022513220481974899000.jpg)