ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ ।

ଓଡ଼ିଶାରେ ୬୭୯୯ ଗାଁରେ ନାହିଁ ମୋବାଇଲ ସେବା । ମନ୍ତ୍ରୀ କହିଲେ, ୨୦୨୪ ସୁଦ୍ଧା ସବୁ ଗାଁ ମୋବାଇଲ ସେବା ଉପଲବ୍ଧ କରିବାକୁ ରହିଛି ଲକ୍ଷ୍ୟ ।

କନକ ବ୍ୟୁରୋ : ଓଡ଼ିଶାର ୬୭୯୯ ଗାଁରେ ମୋବାଇଲ ସେବା, ଟେଲିକମ ସେବା ଓ ଇଣ୍ଟରନେଟ ସେବା ନାହିଁ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାୟକ ନବଚରଣ ମାଝୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ଥିବା ୩ ଗୋଟି ମୋବାଇଲ ସେବା ପାଇଁ ମୋଟ ୩୬୭୩ଟି ସ୍ଥାନରେ ମୋବାଇଲ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା ମୂଲ୍ୟରେ ଆବଣ୍ଟନ କରାଯାଇଛି ।

ଏହାସହ ଉତ୍ତରରେ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୋବାଇଲ ସେବା ଉପଲବ୍ଧ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଭିନ୍ନ ନୀତି ସମ୍ବଳିତ ଓଡ଼ିଶା ମୋବାଇଲ ଟାୱାର୍ସ, Optical Fiber Cables and related Telecom Infrastructure Policy,2017   ଶୀର୍ଷକ ଏକ ସଂକଳ୍ପ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe