ଅପରେସନରେ ରୋଗୀଙ୍କ ପେଟରୁ ବାହାରିଲା ଏମିତି କିଛି । ଯାହାକୁ ଦେଖି ଉଡିଗଲା ଡାକ୍ତରଙ୍କ ହୋସ୍

299

କନକ ବ୍ୟୁରୋ: କିଛି ଲୋକଙ୍କର ଏମିତି କିଛି ଅଭ୍ୟାସ ଥାଏ ଯାହାକୁ ଛାଡିହୁଏ ନାହିଁ ।ଆଉ ଏହି ଅଭ୍ୟାସ ଦିନେ ଏପରି ଅତିଷ୍ଠ କରେ ଯେ ମଣିଷ କିଛି ବି କରିପକାଏ । ଏପରି ଏକ ଘଟଣା ଘଟିଛି ମିସରରେ । ଏକ ଅଜବ ଘଟଣା କ୍ରମରେ ଏଠିକାର ଜଣେ ବ୍ୟକ୍ତିଙ୍କର ଖାଇବା ଉପରେ ନିୟନ୍ତ୍ରଣ ନଥିଲା । କାରଣ ତାଙ୍କୁ ଅଧିକାଂଶ ସମୟ ଭୋକ ଲାଗୁଥିଲା । ଦିନେ ଏଥିରେ ବିରକ୍ତ ହୋଇଯାଇଥିଲେ । ଆଉ ପେଟରେ ଯେପରି ଖାଦ୍ୟ ରୋକି ହୋଇଯିବ ସେଥିପାଇଁ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ଏକ ମୋବାଇଲ ମଧ୍ୟ ଗିଳିପକାଇଲେ । ଭାବିଲେ ଯଦି ଭୋକକୁ ରୋକିବ ତ ଭଲ କଥା ନହେଲେ ଖାଦ୍ୟ ପଦାର୍ଥ ଭଳି ମିଳେଇଯିବ । କିନ୍ତୁ ଦୁର୍ଭାଗ୍ୟବସତଃ ତାଙ୍କର ଏହି ପ୍ଲାନ ଫେଲ ମାରିଥିଲା । ପେଟରେ ଅନ୍ତନଳୀ ମଧ୍ୟରେ ଫସିଯାଇଥିଲା ଏହି ମୋବାଇଲଟି ।

କିଛି ମାତ୍ର ଦିନ ପରେ ଆରମ୍ଭ ହୋଇଥିଲା ଯନ୍ତ୍ରଣା । ଡାକ୍ତରଙ୍କ ପାଖକୁ ଯିବାର ଅବଶ୍ୟକତା ଥିଲେ ବି ଲାଜରେ ଯାଉନଥିଲେ । କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବାରୁ ଶେଷରେ ଅସୱାନ୍ ୟୁନିଭର୍ସିଟି ହସ୍ପିଟାଲକୁ ଯାଇଥିଲେ ବ୍ୟକ୍ତି ଜଣକ । ପେଟର ଏକ୍ସରେ କରାଯିବାରୁ ଏଥିରେ ମାନୁଆଲ ମୋବାଇଲ ପରି କିଛି ଥିବାର ଦେଖାଯାଇଥିଲା । ଏଥିରେ ପୁରା ପେଟରେ ଭୟାନକ ସଂକ୍ରମଣ ହେବା ଲକ୍ଷ୍ୟଣ ଦେଖାଯିବାରୁ ତୁରନ୍ତ ଅପରେସନ୍ କରାଯାଇଥିଲା । ଆଉ ବାହାରିଥିଲା ଏକ ମୋବାଇଲ ।

ଗଲ୍ଫ ଟୁଡେ’ର ରିପୋର୍ଟ ମୁତାବକ ,ବିଶେଷଜ୍ଞମାନେ କହିଥିଲେ ଯେ, ପ୍ରଥମ ଥର ପାଇଁ ସେମାନେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିଥିଲେ । ପରେ ପଚରାଯିବାରୁ ଫୋନଟିକୁ ଗିଳିଦେଇଥିଲା ବ୍ୟକ୍ତିଜଣକ କହିଥିଲେ । ଏହା ସେ ଖାଦ୍ୟ ରୋକିବାକୁ ଗିଳିଦେଇଥିବା କହିଥିଲେ । ତେବେ ଅପରେସନ୍ ପରେ ଡାକ୍ତରଖାନାରେ କିଛି ଦିନ ଧରି ଚିକିତ୍ସାଧିନ ରହିବା ପରେ ଏବଂ ସଂକ୍ରମଣରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ପରେ ଘରକୁ ଫେରିଥିଲେ ।