ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପରେ +୨ ପରୀକ୍ଷା ପାଇଁ ପଦକ୍ଷେପ: ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟଓ୍ଵାଚ ଓ ମୋବାଇଲ ଫୋନ ମନା, ୨ମିନିଟରୁ ଅଧିକ ସମୟ ଟଏଲେଟ ଗଲେ ହେବ ଯାଞ୍ଚ

Advertisment
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପରେ +୨ ପରୀକ୍ଷା ପାଇଁ ପଦକ୍ଷେପ: ପରୀକ୍ଷା କେନ୍ଦ୍ରକୁ ସ୍ମାର୍ଟଓ୍ଵାଚ ଓ ମୋବାଇଲ ଫୋନ ମନା, ୨ମିନିଟରୁ ଅଧିକ ସମୟ ଟଏଲେଟ ଗଲେ ହେବ ଯାଞ୍ଚ

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ତେବେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଦିନ ଠାରୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନତ୍ତର ଭାଇରାଲ ହେବାର ଖବର ମିଳିଛି। ମାଟ୍ରିକ୍‌ ପରୀକ୍ଷା ଭଳି  ପରିସ୍ଥିତି ଯେପରି ଯୁକ୍ତ ୨ ପରୀକ୍ଷାରେ ନଦେଖିବାକୁ ମିଳେ ସେଥିପାଇଁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡ଼ାକଡ଼ି ନିୟମ ଜାରି କରିଛନ୍ତି । ୨୦୧୯ ବର୍ଷରେ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେବେ।

publive-image

ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ହଲକୁ ହାତଘଣ୍ଟା, ସ୍ମାର୍ଟଓ୍ଵାଚ ଓ ମୋବାଇଲ୍‌ ଆଦି ନେବାକୁ ବାରଣ କରାଯାଇଛି। ଏହାଛଡା ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ଅନ୍ୟ କେହି ବି ପରୀକ୍ଷା ଚାଲିଥିବା ସମୟରେ ଫୋନ୍‌ ଧରି ପାରିବେ ନାହିଁ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏଥିସହିତ ପରୀକ୍ଷା ହଲ୍‌ରେ ତ୍ରିସ୍ତରୀୟ ସ୍କ୍ଵାଡ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ ପ୍ରଶ୍ନପତ୍ର ନନେଇ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଅଧାରୁ ହଲ୍‌ ଛାଡିପାରିବେ ନାହିଁ।

publive-image

ସେହିପରି ଟଏଲେଟ ଗଲେ ପ୍ରଶ୍ନପତ୍ର ପରୀକ୍ଷକଙ୍କୁ ଦେଇ ଯିବାକୁ ପଡ଼ିବ। ଟଏଲେଟ ୨ମିନିଟରୁ ଅଧିକ ସମୟ ରହିଲେ, ନିରୀକ୍ଷକ ଯାଞ୍ଚ କରିବେ। ବର୍ତ୍ତମାନ ସୁଦ୍ଧା ୯୩୭ ସେଣ୍ଟରରେ ସିସି କ୍ୟାମେରା ଲଗାଯାଇ ସାରିଛି। ସେହିପରି ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ୭ଟାରୁ୯.୩୦ ଭିତରେ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe